
ଲେହ, ୨୬ ଏପ୍ରିଲ (ହି.ସ.)। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ
ଗସ୍ତରେ ୩୦ ଏପ୍ରିଲରେ ଲେହରେ ପହଞ୍ଚିବେ। ଗୃହମନ୍ତ୍ରୀ ୧ ମଇରେ ବୁଦ୍ଧ ପୂର୍ଣ୍ଣିମା ଅବସରରେ
ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ନିଜର ସମ୍ମାନ ଅର୍ପଣ କରିବେ।
ଲଦାଖର ଉପରାଜ୍ୟପାଳ
ଭି.କେ. ସକ୍ସେନା ରବିବାର କହିଛନ୍ତି ଯେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ୧ରୁ ୧୪ ମଇ
ପର୍ଯ୍ୟନ୍ତ ଲଦାଖରେ ଆୟୋଜିତ ହେଉଥିବା ପବିତ୍ର ପ୍ରଦର୍ଶନୀର ଆଧ୍ୟାତ୍ମିକ ଗୁରୁତ୍ୱ ଉପରେ ନିଜ
ମତାମତ ରଖିବେ। ସେ କହିଛନ୍ତି ଯେ ଗୃହମନ୍ତ୍ରୀ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷମାନଙ୍କର ଏହି
ପ୍ରଥମ ସାର୍ବଜନୀନ ପ୍ରଦର୍ଶନୀ ପାଇଁ ୨୯ ଏପ୍ରିଲରେ ଲେହ ପହଞ୍ଚିବେ। ଉତ୍ତର ପ୍ରଦେଶର ପିପରହୱା
(ପ୍ରାଚୀନ କପିଳବସ୍ତୁ)ରୁ ଖୋଦାଯାଇଥିବା ଏହି ଅବଶେଷକୁ ୧ ମଇରୁ ୧୪ ମଇ ପର୍ଯ୍ୟନ୍ତ ଜିଭେ ତ୍ସାଲ,
ଚୋଗଲମସରରେ ପ୍ରଦର୍ଶନ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା