ସୁରକ୍ଷା ପ୍ରତ୍ୟାହାର କଲେ ପଂଜାବ ସରକାର, ଏବେ ହରଭଜନ ସିଂଙ୍କ ସହିତ ରହିବେ ସିଆରପିଏଫ ଯବାନ
ଚଣ୍ଡିଗଡ଼, ୨୬ ଏପ୍ରିଲ (ହି.ସ.)। ପଞ୍ଜାବ ସରକାର ଆମ ଆଦମୀ ପାର୍ଟି ଛାଡ଼ି ଭାରତୀୟ ଜନତା ପାର୍ଟିକୁ ଯାଉଥିବା ରାଜ୍ୟ ସଭା ସାଂସଦମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି। ରବିବାର ପଞ୍ଜାବ ସରକାର କ୍ରିକେଟର ଏବଂ ରାଜ୍ୟ ସଭା ସାଂସଦ ହରଭଜନ ସିଂହ ଭଜ୍ଜୀଙ୍କ
ସୁରକ୍ଷା ପ୍ରତ୍ୟାହାର କଲେ ପଂଜାବ ସରକାର, ଏବେ ହରଭଜନ ସିଂଙ୍କ ସହିତ     ରହିବେ ସିଆରପିଏଫ ଯବାନ


ଚଣ୍ଡିଗଡ଼, ୨୬ ଏପ୍ରିଲ (ହି.ସ.)। ପଞ୍ଜାବ ସରକାର ଆମ ଆଦମୀ

ପାର୍ଟି ଛାଡ଼ି ଭାରତୀୟ ଜନତା ପାର୍ଟିକୁ ଯାଉଥିବା ରାଜ୍ୟ ସଭା ସାଂସଦମାନଙ୍କ ବିରୋଧରେ କଠୋର

ପଦକ୍ଷେପ ନେବା ଆରମ୍ଭ କରିଛି। ରବିବାର ପଞ୍ଜାବ ସରକାର କ୍ରିକେଟର ଏବଂ ରାଜ୍ୟ ସଭା ସାଂସଦ

ହରଭଜନ ସିଂହ ଭଜ୍ଜୀଙ୍କୁ ଦିଆଯାଇଥିବା ପଞ୍ଜାବ ପୋଲିସ ସୁରକ୍ଷା ପ୍ରତ୍ୟାହାର କରିଛି । ଏହାର

କିଛି ସମୟ ପରେ କେନ୍ଦ୍ର ସରକାର ପକ୍ଷରୁ ସେଠାରେ ସିଆରପିଏଫ୍ ସୁରକ୍ଷା ଯୋଗାଇ ଦିଆଯାଇଛି।

ଭଜ୍ଜୀ ପୂର୍ବରୁ ପଞ୍ଜାବ ସରକାର ରାଘବ ଚଡ୍ଡାଙ୍କ ସୁରକ୍ଷା ମଧ୍ୟ ହଟେଇ

ନେଇଥିଲା। ହରଭଜନ ସିଂହଙ୍କୁ ପଞ୍ଜାବ ସରକାର ପକ୍ଷରୁ ରାଜ୍ୟ ସଭା ସାଂସଦ ଭାବେ ୱାଇ ଶ୍ରେଣୀର

ସୁରକ୍ଷା ଦିଆଯାଇଥିଲା। ତାଙ୍କ ଜାଲନ୍ଧର ଅବସ୍ଥିତ ଘରେ ନିୟୋଜିତ ପଞ୍ଜାବ ପୋଲିସ ଯବାନମାନଙ୍କୁ

ତୁରନ୍ତ ହଟେଇ ନିଆଯାଇଛି। ପଞ୍ଜାବ ପୋଲିସ ସୁରକ୍ଷା ହଟିବା ପରେ କିଛି ସମୟ ମଧ୍ୟରେ କେନ୍ଦ୍ର

ସରକାର ଭଜ୍ଜୀଙ୍କୁ ସିଆରପିଏଫ୍ ସୁରକ୍ଷା ଦେଇଛି। ତାଙ୍କ ଘର ବାହାରେ ଏହି ଯବାନମାନଙ୍କୁ

ନିୟୋଜିତ କରାଯାଇଛି। ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଡ୍ଡା ଗତକାଲି ହରଭଜନ ସିଂହ ମଧ୍ୟ ଆପ୍

ଛାଡ଼ିବେ ବୋଲି ଦାବି କରିଥିଲେ। ଭଜ୍ଜୀ ଏପର୍ଯ୍ୟନ୍ତ ଏହା ବିଷୟରେ ଖୋଲାମେଳା ଭାବେ କିଛି

କହିନାହାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande