
ଗଂଜାମ, ୨୬ ଏପ୍ରିଲ୍ (ହି.ସ.)- ବ୍ରହ୍ମପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ନବ ଓଡ଼ିଶାର ନିର୍ମାତା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ଅବସରରେ ଆଜି ସକାଳ ୮ଟା ସମୟରେ ବିଜୟା ଟକିଜ ଛକ ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ଏକ ପଥପ୍ରାନ୍ତ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥଲା |
ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସମ୍ପାଦକ ମହମଦ ଆସଲାମ, ବରିଷ୍ଠ ସଦସ୍ୟ ସୁଦର୍ଶନ ବିଷୋୟୀ, ସୁବାସ ଚନ୍ଦ୍ର ପଟନାୟକ, ସୁବ୍ରତ କୁମାର ସାହୁ,ଡାକ୍ତର ସମରେନ୍ଦ୍ର ସାହୁ, ପ୍ରେମଶିଳା ନନ୍ଦ, ବିଜୟ ନନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ନବ ଓଡିଶା ଗଠନରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଅବିସ୍ମରଣୀୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ ଏବଂ ଏ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ବରପୁତ୍ରଙ୍କୁ ଭାରତ ରତ୍ନ ଦିଆ ଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ