
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- ଆଜି ଗଜପତି
ଜିଲ୍ଲା ଗସ୍ତରେ ଥିବାବେଳେ ଜିରାଙ୍ଗସ୍ଥିତ ପଦ୍ମସମ୍ଭବ ମହାବିହାର ପରିଦର୍ଶନ କରିଛନ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ପ୍ରଭାତି ପରିଡା କହିଛନ୍ତି ଯେ, ପୂର୍ବ
ଭାରତର ବୃହତ ବୌଦ୍ଧ ବିହାର ମଧ୍ୟରେ ଅନ୍ୟତମ ଏହି ସ୍ଥାନ ମହାନ ବୌଦ୍ଧ ଧର୍ମଗୁରୁ ଆଚାର୍ଯ୍ୟ
ପଦ୍ମସମ୍ଭବଙ୍କ ନାମରେ ନାମିତ ।
ଆଜି ଏହି ପ୍ରସିଦ୍ଧ
ପର୍ଯ୍ୟଟନସ୍ଥଳୀର ପାରିପାର୍ଶ୍ୱିକ ବିକାଶ ପାଇଁ ରହିଥିବା ସମ୍ଭାବନା ବାବଦରେ ଆଲୋଚନା କରିବା
ସହ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଭାତି ପରିଡା ।
ଏହି ଅବସରରେ
ପାରଳାଖେମୁଣ୍ଡିର ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀ, ମୋହନାର ବିଧାୟକ ଶ୍ରୀ ଦାଶରଥୀ ଗମାଙ୍ଗ, ଗଜପତି
ଜିଲ୍ଲା ଏସ୍ଡିସି ଅଧ୍ୟକ୍ଷ ଶ୍ରୀ କାମଦେବ ବଡ଼ନାୟକ,
ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ଶ୍ରୀ ବଲୱନ୍ତ ସିଂହ ଏବଂ
ମହାବିହାରର ଧର୍ମଗୁରୁମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା