କୃଷୁୱାଡାରେ ବାଲ୍ମିକୀ ସମାଜର ଦୁଆରୀ ପରିବାରର ପାରମ୍ପରିକ ଆମ୍ବ ଉତ୍ସବ
ମାଲକାନଗିରି, ୨୬ ଏପ୍ରିଲ୍ (ହି.ସ.)- ମାଲକାନଗିରି ବ୍ଲକ ଗୋରାଖୁଣ୍ଟା ପଞ୍ଚାୟତ କୃଷୁୱାଡା ଗ୍ରାମର ଦୁଆରି ପରିବାର ପକ୍ଷରୁ ଦୀର୍ଘଦିନ ଧରି ପାଳିତ ହୋଇଆସୁଥିବା ପାରମ୍ପରିକ ଆମ୍ବ ଉତ୍ସବ ଆଜି ଭକ୍ତି ଓ ଆନନ୍ଦର ସହିତ ଉଦଯାପିତ ହୋଇଛି। ନିକଟରେ ଥିବା ଜନଜାତିଙ୍କ ସହ ମିଶି ସେମାନଙ୍କ ପରମ୍ପରାକୁ ଶ୍ରଦ୍ଧ
କୃଷୁୱାଡାରେ ବାଲ୍ମିକୀ ସମାଜର ଦୁଆରୀ ପରିବାରର ପାରମ୍ପରିକ ଆମ୍ବ ଉତ୍ସବ


କୃଷୁୱାଡାରେ ବାଲ୍ମିକୀ ସମାଜର ଦୁଆରୀ ପରିବାରର ପାରମ୍ପରିକ ଆମ୍ବ ଉତ୍ସବ


ମାଲକାନଗିରି, ୨୬ ଏପ୍ରିଲ୍ (ହି.ସ.)- ମାଲକାନଗିରି ବ୍ଲକ ଗୋରାଖୁଣ୍ଟା ପଞ୍ଚାୟତ କୃଷୁୱାଡା ଗ୍ରାମର ଦୁଆରି ପରିବାର ପକ୍ଷରୁ ଦୀର୍ଘଦିନ ଧରି ପାଳିତ ହୋଇଆସୁଥିବା ପାରମ୍ପରିକ ଆମ୍ବ ଉତ୍ସବ ଆଜି ଭକ୍ତି ଓ ଆନନ୍ଦର ସହିତ ଉଦଯାପିତ ହୋଇଛି। ନିକଟରେ ଥିବା ଜନଜାତିଙ୍କ ସହ ମିଶି ସେମାନଙ୍କ ପରମ୍ପରାକୁ ଶ୍ରଦ୍ଧା ଓ ସମ୍ମାନ ଦେଇ ଆଜି ଏହି ନୂଆଁ ଆମ୍ବ ଖିଆ ପର୍ବ ଅତ୍ୟନ୍ତ ହର୍ଷ ଉଲ୍ଲାସରେ ପାଳିତ ହୋଇଅଛି l ସେମାନେ ବାଲ୍ମିକୀ ସମାଜର ହୋଇଥିବାରୁ ପୂର୍ବପୁରୁଷମାନଙ୍କ ଠାରୁ ଆସିଥିବା ଏହି ପରମ୍ପରା ପରିବାର ପାଇଁ ଗର୍ବର ବିଷୟ ହୋଇରହିଛି।

ପରିବାର ସଦସ୍ୟମାନଙ୍କ କହିବା ଅନୁଯାୟୀ, ଏହି ଉତ୍ସବ ମହର୍ଷି ବାଲ୍ମିକୀ ଓ ନିଜ ପରିବାରର ପୂର୍ବଜମାନଙ୍କୁ ସ୍ମରଣ କରିବା ସହିତ ତାଙ୍କର ଆଶୀର୍ବାଦ ଲାଭ କରିବାର ଏକ ପବିତ୍ର ଅବସର । ଏହି ଅବସରରେ ପରିବାରର ଆରାଧ୍ୟ ଦେବୀ ମୁତ୍ୟାଲମ୍ମା ଠାକୁରାଣୀଙ୍କୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥାଏ।

ବିଶେଷ କଥା ହେଲେ, ଦୁଆରି ପରିବାର ପକ୍ଷରୁ ଏହି ଉତ୍ସବ ପ୍ରତିବର୍ଷ ବହୁ ପୁରୁଣା କାଳରୁ ନିରବିଚ୍ଛିନ୍ନ ଭାବେ ପାଳନ କରାଯାଉଛି, ଯାହା ତାଙ୍କର ଆସ୍ଥା, ଭକ୍ତି ଓ ସଂସ୍କୃତି ପ୍ରତି ଗଭୀର ସମ୍ମାନକୁ ପ୍ରକାଶ କରେ। ଏହି ଆମ୍ବ ଉତ୍ସବ ପାରିବାରିକ ସେମାନଙ୍କ ଏକତାକୁ ମଜବୁତ କରିବା ସହିତ ଆମ ପାରମ୍ପରିକ ସଂସ୍କୃତିକୁ ଅତୁଟ ରଖିବାରେ ମଧ୍ୟ ଗୁରୁତ୍ୱ ରଖେ। ଉତ୍ସବର ଶେଷରେ ପୂଜା, ପ୍ରାର୍ଥନା ଓ ପ୍ରସାଦ ବିତରଣ କରାଯାଇଥିଲା l

ଜୟ ମହର୍ଷି ବାଲ୍ମିକୀ ଓ “ଜୟ ମୁତ୍ୟାଲମ୍ମା ଠାକୁରାଣୀ” ଧ୍ୱନିରେ ସମଗ୍ର ଗାଁ ପରିବେଶ ମୁଖରିତ ହୋଇଉଠିଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande