ଫଟୋ ସାମ୍ବାଦିକ ରଘୁ ରାଏଙ୍କ ବିୟୋଗରେ ନବୀନଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- ଦିଗ୍ଗଜ ଫଟୋ ସାମ୍ବାଦିକ ରଘୁ ରାଏଙ୍କ ଦେହାନ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଫଟୋ ସାମ୍ବାଦିକ ରଘୁ ରାଏଙ୍କ ଦେହାନ୍ତ ଖବର ଶୁଣି ଗଭୀର ଦୁଃଖ
ଫଟୋ ସାମ୍ବାଦିକ ରଘୁ     ରାଏଙ୍କ ବିୟୋଗରେ ନବୀନଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- ଦିଗ୍ଗଜ ଫଟୋ

ସାମ୍ବାଦିକ ରଘୁ ରାଏଙ୍କ ଦେହାନ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ

କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଫଟୋ ସାମ୍ବାଦିକ ରଘୁ ରାଏଙ୍କ

ଦେହାନ୍ତ ଖବର ଶୁଣି ଗଭୀର ଦୁଃଖିତ। ତାଙ୍କ କ୍ୟାମେରାର ଲେନ୍ସରେ ସେ ଭାରତର ଆତ୍ମା, ତାହାର

ଲୋକମାନଙ୍କୁ ଏବଂ ପ୍ରତିଦିନର ଜୀବନକୁ ଯେପରି ଧରିଥିଲେ, ସେଗୁଡ଼ିକ ଆମ ସମୁହ

ସ୍ମୃତିରେ ସବୁବେଳ ପାଇଁ ରହିବ। ତାଙ୍କ ଫ୍ରେମଗୁଡ଼ିକ କେବଳ ଛବି ନୁହେଁ, ବରଂ ଜୀବନ୍ତ

ଇତିହାସ ଥିଲା।

ତାଙ୍କ ଉତ୍ସର୍ଗ ଆଗାମୀ

ପିଢ଼ୀର କାହାଣୀକାରମାନଙ୍କୁ ପ୍ରେରଣା ଦେଉଥିବ। ତାଙ୍କ ପରିବାର ଓ ଅସଂଖ୍ୟ ପ୍ରଶଂସକଙ୍କ ପ୍ରତି

ମୋର ଶୋକ ସମବେଦନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande