
ମାଲକାନଗିରି, ୨୬ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଭାରତୀ ବିହାରର ଛାତ୍ର ଛାତ୍ରୀ ମାନେ ରାଜ୍ୟସ୍ତରୀୟ ପ୍ରାଦେଶିକ ମେଧା ବୃତ୍ତି ଓ ଭାରତୀ କୃଷ୍ଣ ଗଣିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ତୃତୀୟ ଶ୍ରେଣୀ ମେଧା ବୃତ୍ତିରେ ୧୦ମ ସ୍ଥାନରେ ସାଇଶକ୍ତି ପାଳ,୨ୟ ସ୍ଥାନରେ ସିଦ୍ଧାର୍ଥ ମଲ୍ଲିକ ଓ ତୃତୀୟ ସ୍ଥାନରେ ଜସ୍ମିତ୍ ସାହୁ ୩ୟ ସ୍ଥାନରେ ଥିଲାବେଳେ ଭାରତୀ କୃଷ୍ଣ ଗଣିତରେ ଅଷ୍ଟମ ସ୍ଥାନରେ ଜସ୍ମିତ ସାହୁ,ନବମ ସ୍ଥାନରେ ଦିବ୍ୟ ପ୍ରକାଶ ଦାସ, ଓ ଦିବ୍ୟାଂଶି ବାରିକ ରହିଛନ୍ତି। ପଞ୍ଚମ ଶ୍ରେଣୀରେ ଉଭୟ ପରୀକ୍ଷାରେ ଗୌରବ ପଣ୍ଡା ପଞ୍ଚମ ଓ ସପ୍ତମ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ଦୁଇଟି ମେଧା ବୃତ୍ତି ପରୀକ୍ଷାରେ ରାଜ୍ୟ ସ୍ତରରେ ମୋଟ ୨୦ଟି ସ୍ଥାନରୁ ମାଥିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ୮ଟି ସ୍ଥାନ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ବୋଲି ପ୍ରଧାନ ଆଶ୍ଚର୍ଯ୍ୟ ଗଗନ ବିହାରି ସ୍ଵାଇଁ ପ୍ରକାଶ କରିଛନ୍ତି। ଛାତ୍ର ଛାତ୍ରୀ ସେମାନଙ୍କ ସଫଳତା ଶ୍ରେୟ ଗୁରୁଜୀ ଗୁରୁମା, ପିତା ମାତାଙ୍କ ସହ ସମସ୍ତ ମାର୍ଗଦର୍ଶକ ମାନଙ୍କୁ ପ୍ରଦାନ କରିଛନ୍ତି। ବିଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ମାଥିଲି ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ଏହିପରି ସଫଳତା ହାସଲ କରିବା ଜାରି ରଖିଛନ୍ତି। ଅବିଭାବକ ଏହି ସଫଳତା ପାଇଁ ସମସ୍ତ ଗୁରୁଜୀ ଗୁରୁମା ପ୍ରଧାନ ଆଚାର୍ଯ୍ୟଙ୍କ କର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ