ଗୋବଂଶ ସୁରକ୍ଷା ପାଇଁ କଡ଼ା ଆଇନ୍ ଦାବି, ଧାମନଗର ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଆବେଦନପତ୍ର ପ୍ରେରଣ
ଭଦ୍ରକ, ୨୭ ଅପ୍ରେଲ (ହି.ସ.) - ଓଡ଼ିଶାରେ ଗୋବଂଶ ସୁରକ୍ଷା, ବିକାଶ ଓ ଗୋହତ୍ୟାର ସମ୍ପୂର୍ଣ୍ଣ ନିଷେଧ ପାଇଁ କଡ଼ା ଆଇନ୍ ରୂପାୟନ କରିବାକୁ ଦାବି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ “ଗୌସମ୍ମାନ ଆହ୍ୱାନ ଅଭିଯାନ” ପକ୍ଷରୁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ
GOBANSA SURAKHYA AAIN DABI


ଭଦ୍ରକ, ୨୭ ଅପ୍ରେଲ (ହି.ସ.) - ଓଡ଼ିଶାରେ ଗୋବଂଶ ସୁରକ୍ଷା, ବିକାଶ ଓ ଗୋହତ୍ୟାର ସମ୍ପୂର୍ଣ୍ଣ ନିଷେଧ ପାଇଁ କଡ଼ା ଆଇନ୍ ରୂପାୟନ କରିବାକୁ ଦାବି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ “ଗୌସମ୍ମାନ ଆହ୍ୱାନ ଅଭିଯାନ” ପକ୍ଷରୁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀଙ୍କ ଜରିଆରେ ଏକ ଆବେଦନପତ୍ର ପ୍ରେରଣ କରାଯାଇଛି। ଗୋ ଚୋରାଚାଲାଣ, ସଡ଼କ ଦୁର୍ଘଟଣା ଓ ପଲିଥିନ ଖାଇବା ଭଳି କାରଣରୁ ପ୍ରତିଦିନ ଅନେକ ଗୋବଂଶର ମୃତ୍ୟୁ ଘଟୁଥିବାରୁ ଏହାକୁ ରୋକିବା ପାଇଁ କଡ଼ା ଆଇନ୍ ଲାଗୁ କରିବା ସହ ଗୋହତ୍ୟାରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଓ ଗୋମାତାଙ୍କୁ ରାଷ୍ଟ୍ରୀୟ ମାତାର ମର୍ଯ୍ୟାଦା ଦେବାକୁ ଦାବି ଉଠିଛି। ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସମାଜ ପକ୍ଷରୁ ସଞ୍ଜୟ ସ୍ୱାଇଁ, ଦୀପକ ବାରିକ୍, ସମ୍ବିଦ ଦାଶ, ଭବାନୀ ଶଙ୍କର ଜେନା, ରଞ୍ଜିତ ପୃଷ୍ଟି, ଶୁଭମ୍ ପରିଡ଼ା, ହିମାଂଶୁ ମହାରଣା, ରାମଚନ୍ଦ୍ର ଜେନା, ବରାଦ ପ୍ରସନ୍ନ ନାୟକ, ପାର୍ଥସାରଥୀ ପରିଡ଼ା ସମେତ ଅନେକ ଯୁବକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande