ଗୋ ସମ୍ମାନ ଆହ୍ୱାନ ଅଭିଯାନରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – ଗୋ ସମ୍ମାନ ଆହ୍ୱାନ ଅଭିଯାନ କେନ୍ଦ୍ରାପଡା ଜିଲ୍ଲା ର ୯ ଟି ତହସିଲ ଅଫିସ ରେ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ପାଖାପାଖି ଏଗାର ହଜାର ଦସ୍ତଖତ କରାଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟଶରେ ପ୍ରଦାନ କର
ଗୋ ସମ୍ମାନ ଆହ୍ୱାନ ଅଭିଯାନରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ


କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – ଗୋ ସମ୍ମାନ ଆହ୍ୱାନ ଅଭିଯାନ କେନ୍ଦ୍ରାପଡା ଜିଲ୍ଲା ର ୯ ଟି ତହସିଲ ଅଫିସ ରେ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ପାଖାପାଖି ଏଗାର ହଜାର ଦସ୍ତଖତ କରାଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟଶରେ ପ୍ରଦାନ କରାଯାଇଛି।ସାରା ଭାରତବର୍ଷର ୭୦୮୯ ଓ ଓଡ଼ିଶାର ୩୧୭ ତହସିଲରେ ଦାବି ପ୍ରଦାନ କରାଯାଇଛି। କିଭଳି ଗୋ ସୁରକ୍ଷା ବିଲ୍ ଆଶୁ ଓ ଗୋ ମାତାକୁ ରାଷ୍ଟ୍ରମାତା ରୁପେ ଘୋଷଣା କରାଯାଉ। ଗୋ ମାତାଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନି ପ୍ରଣୟନ ହେଉ। ଏହି କାର୍ୟ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଶ୍ୱସୁରୁପା ନନ୍ଦ ମହାରାଜ ଓ ଶ୍ରୀ ଶଶାଙ୍କ ଜେନାଙ୍କ ତତ୍ୱାବଧାନରେ ମାଧବ ପ୍ରଧାନ, ପ୍ରକାଶ ଚନ୍ଦ୍ର ରାଉତ, ଲକ୍ଷ୍ମୀସାଗର ମହାନ୍ତି, ଦେବାଶିଷ ନାୟକ, ଜୟଦେବ ପରିଡ଼ା, ଜ୍ୟୋତିରଞ୍ଜନ ନାୟକ, ମନୋଜ ସ୍ୱାଇଁ, ସୁଶୀଲ ଦାସ, ଅଭିଜିତ୍ ଦାସ, ଜ୍ଞାନ ରଞ୍ଜନ ନାୟକ, ଗୌତମ ସାହୁ ଓ ସତାଧିକ ଗୌ ସେବକ ଭାଇ ମାନେ ଏହି କାର୍ୟ୍ୟକ୍ରମରେ ଯୋଡ଼ି ହୋଇ ଦାବି ପତ୍ର ପ୍ରଦାନ କରିଥିଲେ।

......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande