ଗୋ ସମ୍ମାନ ଆହ୍ଵାନ ଦେଇ ବିଶାଳ ଶୋଭାଯାତ୍ରା
କେନ୍ଦୁଝର, 27 ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଗୋ ରକ୍ଷକଙ୍କ ପକ୍ଷରୁ ଗୋ ସୁରକ୍ଷାକୁ ନେଇ ଗୋ ସମ୍ମାନ ଆହ୍ଵାନ ଦେଇ ବିଶାଳ ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ଯୋଡ଼ା ପୌରାଞ୍ଚଳରୁ ଶତାଧିକ ସଂଖ୍ୟାରେ ଗୋରକ୍ଷକ ସାଧାରଣ ଜନତା ଜୀବନ୍ତ ଏକ
Go samman


କେନ୍ଦୁଝର, 27 ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଗୋ ରକ୍ଷକଙ୍କ ପକ୍ଷରୁ ଗୋ ସୁରକ୍ଷାକୁ ନେଇ ଗୋ ସମ୍ମାନ ଆହ୍ଵାନ ଦେଇ ବିଶାଳ ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ଯୋଡ଼ା ପୌରାଞ୍ଚଳରୁ ଶତାଧିକ ସଂଖ୍ୟାରେ ଗୋରକ୍ଷକ ସାଧାରଣ ଜନତା ଜୀବନ୍ତ ଏକ ନନ୍ଦୀ ମହାରାଜକୁ ଏକ ଗାଡ଼ିରେ ଧରି ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ ଏବଂ ଏହି ଅବସରରେ ବଡ଼ବିଲ, ଭଦ୍ରାଶାହି ଓ ଏହାର ଆଖପାଖର ଶତାଧିକ ଗୋ ରକ୍ଷକ ଓ ସାଧାରଣ ଜନତା, ଅଞ୍ଚଳର ବିଭିନ୍ନ ଦଳର ରାଜନେତା ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ। ଗୋ ମାତାଙ୍କ ସୁରକ୍ଷା ଓ ଗୋ ମାତାଙ୍କ ସମ୍ମାନ ପାଇଁ ଆହ୍ଵାନ ଦେବା ସହ ଗୋ ସୁରକ୍ଷା ଆଇନ୍ ଆଣିବାକୁ ଦାବୀ କରିଥିଲେ ଏବଂ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବୀପତ୍ର ବଡ଼ବିଲ ଅତିରିକ୍ତ ତହସିଲଦାର ଭୁବନାନନ୍ଦ ନାଏକ ମହୋଦୟ ଙ୍କୁ ପ୍ରଦାନ୍ କରିଥିବା ଦେଖିବାକୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande