ରେସିଡେନ୍ସିଆଲ ଏକାଡେମୀରେ କେନ୍ଦୁଝର ଜିଲ୍ଲାରୁ ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁଙ୍କ ନାମ ସ୍ଥାନ ପାଇଛି
କେନ୍ଦୁଝର, ୨୭ ଏପ୍ରିଲ୍(ହି.ସ.) – ମୂଳ ସ୍ତରରୁ କ୍ରିକେଟ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷିତ କରିବା ଲକ୍ଷ୍ୟରେ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରଥମ ଥର ପାଇଁ ଏକ ରେସିଡେନ୍ସିଆଲ ଏକାଡେମୀ ଆରମ୍ଭ ହେବାକୁ ଯାଉଛି। ଡ଼. ହରେକୃଷ୍ଣ ମହତାବଙ୍କ ନାମରେ ଉତ୍ସର୍ଗିତ ଏହି ଏକାଡେମୀ
ରେସିଡେନ୍ସିଆଲ ଏକାଡେମୀରେ କେନ୍ଦୁଝର ଜିଲ୍ଲାରୁ ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁଙ୍କ ନାମ ସ୍ଥାନ ପାଇଛି


କେନ୍ଦୁଝର, ୨୭ ଏପ୍ରିଲ୍(ହି.ସ.) – ମୂଳ ସ୍ତରରୁ କ୍ରିକେଟ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷିତ କରିବା ଲକ୍ଷ୍ୟରେ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରଥମ ଥର ପାଇଁ ଏକ ରେସିଡେନ୍ସିଆଲ ଏକାଡେମୀ ଆରମ୍ଭ ହେବାକୁ ଯାଉଛି। ଡ଼. ହରେକୃଷ୍ଣ ମହତାବଙ୍କ ନାମରେ ଉତ୍ସର୍ଗିତ ଏହି ଏକାଡେମୀ ପାଇଁ ରାଜ୍ୟର ବିଭିନ୍ନ) ଅଂଚଳରୁ ୬୦ ଜଣ ବାଳକ ଓ ୧୫ ଜଣ ବାଳିକାଙ୍କୁ ଚୟନ କରାଯାଇଛି। ଏହି ଚୟନରେ କେନ୍ଦୁଝର ଜିଲ୍ଲାରୁ ଏକମାତ୍ର ଖେଳାଳି ଭାବେ ଆଦି ଆଦିଦେବ ସାହୁଙ୍କ ନାମ ସ୍ଥାନ ପାଇଛି। ସେ ଭୁବନେଶ୍ୱରର ର କିଟ୍ ପରିସରରେ ର ରହି ଶିକ୍ଷା ସହ ଓସିଏ ଓ କିଟ୍ର କ୍ରିକେଟ ' ପ୍ରଶିକ୍ଷଣ ଗ୍ରହଣ କରିବେ। ଏହି ଫିଡର ସଂଯୁକ୍ତ ପରିଚାଳନାରେ ଚାଲିଥ୍ ସେଂଟ ଓସିଏର ସମ୍ପାଦକ ପାଇଁ ତାଙ୍କୁ ମନୋନୀତ କରାଯାଇଥିବା ସଞ୍ଜୟ କୁମାର ବେହେରା ସୁଚନା ଦେଇଛନ୍ତି। ଆଦିଦେବ ଗତ ଫେବୃଆରୀ ମାସରେ କଟକରେ ଆୟୋଜିତ ଅନୁର୍ଜିଲ୍ଲା ଅଣ୍ଡର-୧୪ କ୍ରିକେଟ ପ୍ରତିଯୋଗିତାରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିଲେ। ସେହି ସମୟରେ କିଟ୍ ଷ୍ଟାଡିୟମରେ ଆୟୋଜିତ। ଜିତ ନେଟ୍ସରେ ମଧ୍ୟ ସେ କେନ୍ଦୁଝରର ଏକମାତ୍ର ପ୍ରତିନିଧୂ ଥିଲେ। କେନ୍ଦୁଝରର ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ରହୁଥିବା ଆଦିଦେବଙ୍କ ପିତା ନାରାୟଣ ସାହୁ ଓ ମାତା ଶଶୀକଳା ସାହୁ। ସେ ସେଂଟ ଜାଭିଅର୍ ସ୍କୁଲର ଛାତ୍ର ଏବଂ ଫେମୁସ କ୍ଲବ ପକ୍ଷରୁ ନିୟମିତ ଭାବେ କ୍ରିକେଟ ଖେଳୁଛନ୍ତି। ଦୀପକ କୁମାର ମୁଖ୍ଙ୍କ ପ୍ରଶିକ୍ଷଣ ଓ ଗିରିଶ ଚନ୍ଦ୍ର ହୋତାଙ୍କ ପ୍ରେରଣା ରଣାରେ ସେ ନିରନ୍ତର ଅଭ୍ୟାସ କରୁଛନ୍ତି। ପ୍ରଶିକ୍ଷକଙ୍କ ବ୍ୟତୀତ ସୁରେଶ ଚନ୍ଦ୍ର ରାଉତ, ପ୍ରକାଶ ଅଗ୍ରୱାଲ(ଟିପୁ)ଙ୍କ ପ୍ରେରଣା ରହିଛି ବୋଲି ଆଦିଦେବ କହିଛନ୍ତି। ଏହି ସଫଳତା ପାଇଁ ଆଦିଦେବ ବିଭିନ୍ନ ମହଳରୁ ଶୁଭେଚ୍ଛା ପାଇଛନ୍ତି। କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ସେଂଟ ଜାଭିଅର ସ୍କୁଲର ଚେୟାରମ୍ୟାନ ଦେବବ୍ରତ ବେହେରା, ସ୍କୁଲର ପ୍ରଶାସନିକ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ନାୟକ ଓ ଅନ୍ୟାନ୍ୟ କ୍ରୀଡାପ୍ରେମୀମାନେ ନେ ତାଙ୍କୁ ଅଭିନନ୍ଦନ ଜଣାଇ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande