ସମ୍ବଲପୁର ଅବକାରୀ ବିଭାଗରେ କୋଟି କୋଟି ଟଙ୍କାର ଠକେଇ ମାମଲା : ଅବସରପ୍ରାପ୍ତ ଏଏସଆଇ ଓ କନିଷ୍ଠ କିରାଣି ଗିରଫ
ସମ୍ବଲପୁର, ୩ ଅପ୍ରେଲ (ହି.ସ.)- ସମ୍ବଲପୁର ଅବକାରୀ ବିଭାଗରେ କୋଟି କୋଟି ଟଙ୍କାର ଠକେଇ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ୩ କୋଟି ୬୭ ଲକ୍ଷ ଟଙ୍କାର ହେରଫେର୍ ନେଇ ଅଇଁଠାପାଲି ଥାନାରେ ଅଭିଯୋଗ ପରେ ଅବସରପ୍ରାପ୍ତ ଏଏସଆଇ ଶରତ ଚନ୍ଦ୍ର ବେହେରା ଓ ଅବକାରୀ ବିଭାଗର କନିଷ୍ଠ କିରାଣି ସନ୍ଦୀପ କ
ସମ୍ବଲପୁର ଅବକାରୀ ବିଭାଗରେ କୋଟି କୋଟି ଟଙ୍କାର ଠକେଇ ମାମଲା : ଅବସରପ୍ରାପ୍ତ ଏଏସଆଇ ଓ କନିଷ୍ଠ କିରାଣି ଗିରଫ


ଜବତ ଟଙ୍କା


ଅବସରପ୍ରାପ୍ତ ଏଏସଆଇ ଓ କନିଷ୍ଠ କିରାଣି ଗିରଫ


ସମ୍ବଲପୁର, ୩ ଅପ୍ରେଲ (ହି.ସ.)- ସମ୍ବଲପୁର ଅବକାରୀ ବିଭାଗରେ କୋଟି କୋଟି ଟଙ୍କାର ଠକେଇ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ୩ କୋଟି ୬୭ ଲକ୍ଷ ଟଙ୍କାର ହେରଫେର୍ ନେଇ ଅଇଁଠାପାଲି ଥାନାରେ ଅଭିଯୋଗ ପରେ ଅବସରପ୍ରାପ୍ତ ଏଏସଆଇ ଶରତ ଚନ୍ଦ୍ର ବେହେରା ଓ ଅବକାରୀ ବିଭାଗର କନିଷ୍ଠ କିରାଣି ସନ୍ଦୀପ କୁମାର ପଟ୍ଟନାୟକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୨୩ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଜବତ ହୋଇଛି । ବିଭନ୍ନ ବ୍ୟାଙ୍କ ଆକାଉଂଟରେ ଥିବା ୪୪ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି ।

ଅଇଁଠାପାଲି ଥାନାରେ ରୁଜୁ ହୋଇଥିବା ମାମଲା ଅନୁସାରେ, ସମ୍ବଲପୁର ଅବକାରୀ କାର୍ଯ୍ୟାଳୟରେ ନଭେମ୍ବର ୨୦୨୨ ଠାରୁ ଅକ୍ଟୋବର ୨୦୨୫ ମଧ୍ୟରେ ଏହି ଅନିୟମିତତା ଘଟିଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସନ୍ଦୀପ କୁମାର ପଟ୍ଟନାୟକ (ଜୁନିୟର ଅସିଷ୍ଟାଂଟ) ଓ ଶରତ ଚନ୍ଦ୍ର ବେହେରା(ଅବସରପ୍ରାପ୍ତ ଏଏସଆଇ) । ଉଭୟେ ଅବସରପ୍ରାପ୍ତ ଏଏସଆଇ ଅଚ୍ୟୁତ ଦେହୁରୀଙ୍କ ସହିତ ମିଳିତ ଭାବେ ସରକାରୀ ଧନ ଆତ୍ମସାତ୍ କରିଥିବା ଅଭିଯୋଗ ରହିଛି ।

ତଦନ୍ତରେ ପ୍ରକାଶ ପାଇଛି ଯେ, ଆଇଏଫଏମଏସ ପୋର୍ଟାଲ ମାଧ୍ୟମରେ ଭୁଲ୍ ଅନୁମୋଦନ ଆଦେଶ ସୃଷ୍ଟି କରି ପେନସନ ଓ ବେତନ ବକେୟା ନାମରେ ଧନ ଉଠାଯାଇଥିଲା । ସରକାରୀ ରେକର୍ଡରେ ମଧ୍ୟ ହେରାଫେର୍ କରାଯାଇଥିବା ଜଣାପଡ଼ିଛି । ଏହି ମାମଲାରେ ଅଭିଯୁକ୍ତଙ୍କ ଠାରୁ ନଗଦ ୨୩,୪୬,୫୦୦/ ତଥା ୧୪ ଲକ୍ଷ ଡିଡିଓ ଖାତାରେ ଜମା, ୨୦ ଲକ୍ଷ ଓ ୧୦ ଲକ୍ଷ ବ୍ୟାଙ୍କ ଖାତାରେ ବ୍ଲକ୍ । ବ୍ୟାଙ୍କ ତଦନ୍ତରେ ଅନେକ ସନ୍ଦେହଜନକ ଟ୍ରାଞ୍ଜାକ୍ସନ ଓ ଧନ ହସ୍ତାନ୍ତର ଘଟଣା ମଧ୍ୟ ଧରାପଡ଼ିଛି ।

ପୋଲିସ କହିଛି ଯେ, ଏହି ଘଟଣାରେ ଆହୁରି ଲୋକଙ୍କ ସମ୍ପୃକ୍ତି ଥାଇପାରେ, ତେଣୁ ଏବେ ଏହା ତଦନ୍ତାଧୀନ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande