
ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ୱାର୍ଲ୍ଡ
ଆର୍ଚେରି ପାରା ସିରିଜ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ପାୟଲ ନାଗ ଓ ଶୀତଲ ଦେବୀଙ୍କୁ ଶୁଭେଚ୍ଛା
ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ
କହିଛନ୍ତି ଯେ, ଓଡିଶାର ପାୟଲ ନାଗ ଓ ପ୍ରଖ୍ୟାତ ଆର୍ଚେରୀ ଶୀତଲ ଦେବୀଙ୍କୁ ୱାର୍ଲ୍ଡ ଆର୍ଚେରି
ପାରା ସିରିଜ୍ରେ କମ୍ପାଉଣ୍ଡ ମହିଳା ଡବଲ୍ସ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଅଭିନନ୍ଦନ।
ସେମାନେ ଏଭଳି ଭାବେ ସଫଳତାର
ନୂଆ ଶିଖରକୁ ଛୁଇଁ ଚାଲନ୍ତୁ ଓ ଦେଶର ଗର୍ବ ବଢ଼ାନ୍ତୁ — ଏହି ଆଶା। ତାଙ୍କ ଭବିଷ୍ୟତ ପାଇଁ ଅନେକ
ଶୁଭେଚ୍ଛା ଜଣାଇଛନ୍ତି ନବୀନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା