ରେଳ ମାନଚିତ୍ରରେ ଓଡ଼ିଶାକୁ ହଟାଇବାକୁ ଉଦ୍ୟମ କରାଯାଉଥିବା ବିଜେଡିର ଅଭିଯୋଗ, ପୂର୍ବତଟ ରେଳକୁ ପଙ୍ଗୁ କରିବାକୁ ଚକ୍ରାନ୍ତ – ବିଜେଡି
ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ଓଡିଆ ଅସ୍ମିତା କହି ବିଜେପି ସରକାର ଆସିଛି । ଡବଲ ଇଞ୍ଜିନ ସରକାର ଠିକ ଭାବରେ କାମ କରୁନାହିଁ। ଓଡ଼ିଶାର ବିକାଶ ସରକାରଙ୍କ ଦାୟିତ୍ୱ ହେବା କଥା। ହେଲେ ସେ କିପରି ଓଡିଶାର ସମ୍ପତ୍ତି ବଢାଇଛନ୍ତି ନା କମାଉଛନ୍ତି ତାହା ଉତ୍କଳ ଦିବସରୁ
ରେଳ ମାନଚିତ୍ରରେ ଓଡ଼ିଶାକୁ     ହଟାଇବାକୁ ଉଦ୍ୟମ କରାଯାଉଥିବା ବିଜେଡିର ଅଭିଯୋଗ, ପୂର୍ବତଟ ରେଳକୁ ପଙ୍ଗୁ କରିବାକୁ     ଚକ୍ରାନ୍ତ – ବିଜେଡି


ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ଓଡିଆ ଅସ୍ମିତା

କହି ବିଜେପି ସରକାର ଆସିଛି । ଡବଲ ଇଞ୍ଜିନ ସରକାର ଠିକ ଭାବରେ କାମ କରୁନାହିଁ। ଓଡ଼ିଶାର ବିକାଶ

ସରକାରଙ୍କ ଦାୟିତ୍ୱ ହେବା କଥା। ହେଲେ ସେ କିପରି ଓଡିଶାର ସମ୍ପତ୍ତି ବଢାଇଛନ୍ତି ନା କମାଉଛନ୍ତି

ତାହା ଉତ୍କଳ ଦିବସରୁ ଆରମ୍ଭ ହୋଇଛି ବୋଲି ଅଭିଯୋଗ ଆଣିଛି ବିଜେଡି ।

ପୂର୍ବତଟ ରେଳ ଜୋନ ଆରମ୍ଭ

ହୋଇଥିଲା ଓଡ଼ିଶାର ରେଳ ସହ ସାମାଜିକ ବିକାଶ ହେବା ଲକ୍ଷ୍ୟ ନେଇ। ରେଳ ବିଭାଗର ଗଠନ ହେବା ୧୯ ଟି ଜୋନରୁ ଅଧିକ ରେଭିନ୍ୟୁ ଦେଉଥିବା

ଜୋନ ହେଉଛି ପୂର୍ବ ତଟ ରେଳ। ତାହାକୁ ପଙ୍ଗୁ କରିବାକୁ ଚକ୍ରାନ୍ତ ଚାଲିଛି ବୋଲି ବିଜେଡି ନେତା

କହିଛନ୍ତି । ପୂର୍ବତଟ ରେଳର ସିମା ସଙ୍କୁଚିତ କରାନଯାଉ। ନବୀନ ବାବୁ ଏହାକୁ ବିରୋଧ କରିଥିଲେ।

ପୂର୍ବତଟ ରେଳରୁ ପଲାସା ଏବଂ ଇଚ୍ଛା ପୁରମ୍ କୁ କଢ଼ା ଯାଉଛି।ସାଉଥ ଜୋନରେ ଯୋଡ଼ା ହେବ। ଏହି

ପୂର୍ବ ତଟ ରେଳ ଜୋନରୁ ୨୫ ହଜାର କୋଟି ଭାରତ ସରକାରଙ୍କ ପାଖକୁ ଯାଉଥିଲା। ଯାହା ଏବେ ୧୨ ହଜାର

କୋଟି କମିବ, ମାନବ ସମ୍ବଳ କମିବ,

ଜୋନ ପଙ୍ଗୁ ହେବ। ପଲାସା ଏବଂ ଇଚ୍ଛା ପୁରମ ତାହା ଆନ୍ଧ୍ରକୁ ଗଲା। ଏହା

ଦୁର୍ଭାଗ୍ୟର ବିଷୟ। ୨୦ ଜଣ ସାଂସଦ ଯାଇଛନ୍ତି କଣ କରୁଛନ୍ତି । ଡବଲ ଇଞ୍ଜିନ ସରକାର କଣ କରୁଛି ।

ଓଡ଼ିଶାର ସ୍ୱାଭିମାନ ଆନ୍ଧ୍ର ପାଖରେ ବନ୍ଧା ପଡ଼ିଛି। ରେଳ ମାନଚିତ୍ରରେ ଓଡ଼ିଶାକୁ ହଟାଇବାକୁ

ଉଦ୍ୟମ କରାଯାଉଛି। ବିଜେଡ଼ି ଏହାକୁ ପ୍ରତିବାଦ କରୁଛି ।ଏ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ

ଦାବି କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande