
ଝାରସୁଗୁଡା, ୩ ଅପ୍ରେଲ (ହି.ସ.)- ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି । ନୂଆ ନୂଆ କୌଶଳରେ ସାଇବର ଅପରାଧୀମାନେ ସାଇବର ଅପରାଧ କରୁଛନ୍ତି। ଯାହା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୁଲିସ ପାଇଁ ଏହି ଚ୍ୟାଲେଞ୍ଜକୁ ସହଜ କରିବା ପାଇଁ ଜିଲା ପୁଲିସ ପକ୍ଷରୁ ଏକ ୩ ଦିନିଆ ସାଇବର ତଦନ୍ତ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ତାଲିମ ଶିବିରରେ ବିଭୂତି କୁମାର ଏବଂ ଅଂଶୁ କୁମାର ପ୍ରମୁଖ ଜିଲାର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ।
ଜିଲା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ତତ୍ତ୍ୱାବଧାନରେ ସାଇବର ମାମଲାରେ କେମିତି ତଦନ୍ତ କରାଯିବ, କେମିତି ସାଇବର ଅପରାଧୀମାନଙ୍କୁ କାବୁ କରାଯିବ, ଡିଜିଟାଲ ପ୍ରମାଣକୁ କେମିତି ସଂଗ୍ରହ କରାଯିବ ଏବଂ ଅର୍ଥନୈତିକ କାରବାରକୁ କେମିତି ପିଛା କରାଯିବ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ