କୋଟଗଡ ବନାଞ୍ଚଳରେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଗିରଫ : ବନ୍ଧୁକ, ଶୀକାର ସାମଗ୍ରୀ ଜବତ
କନ୍ଧମାଳ, ୩୦ ଏପ୍ରିଲ୍ (ହି.ସ.)- ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରେ ଜଙ୍ଗଲରେ ନିଆଁ ଲଗାଇବା ଏବଂ ବନ୍ୟପ୍ରାଣୀ ଶିକାର କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ କୋଟଗଡ ବନାଞ୍ଚଳର ଲୁଟାସିଙ୍ଗ ପାଟମାଝୀ(୩୫), ଜିତୁ ମାଝୀ(୨୧), ଫିନାସ ମଳିକ (୩୦
ଫୋଟ


କନ୍ଧମାଳ, ୩୦ ଏପ୍ରିଲ୍ (ହି.ସ.)- ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରେ ଜଙ୍ଗଲରେ ନିଆଁ ଲଗାଇବା ଏବଂ ବନ୍ୟପ୍ରାଣୀ ଶିକାର କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ କୋଟଗଡ ବନାଞ୍ଚଳର ଲୁଟାସିଙ୍ଗ ପାଟମାଝୀ(୩୫), ଜିତୁ ମାଝୀ(୨୧), ଫିନାସ ମଳିକ (୩୦ ) ଏବଂ ରାଜେନ୍ଦ୍ର ମାଝୀ (୪୫) । ବୁଧବାର ଅପରାହ୍ନରେ ସେମାନଙ୍କୁ କୋଟଗଡ ଅଭୟାରଣ୍ୟ ପିଡାମାହ ଗ୍ରାମ ନିକଟରେ ଏକ ଜଙ୍ଗଲରେ ନିଆଁ ଲଗାଇବା ସହ ବନ୍ୟପ୍ରାଣୀ ଶିକାର କରିବା ଅଭିଯୋଗରେ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ, ବିସ୍ଫୋରକ, କଇଁଚି ସହ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି । ଏ ନେଇ ତୁମୁଡିବନ୍ଧ ବନାଞ୍ଚଳରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ ରାଜନୀ ମେହେର ସୂଚନା ଦେଇଛନ୍ତି ।

ଏହି ଚଢଉରେ ବନପାଳ ଦେବାଶିଷ ଚୌଧୁରୀ, ବନରକ୍ଷୀ ସତ୍ୟନାରାୟଣ ଦୋରା ଓ ସ୍ବପ୍ନା ପାତ୍ର ପ୍ରମୁଖ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande