ଉନ୍ନୟନ କାମରେ ପିସି କାରବାର ଅଭିଯୋଗ
ଜୟପୁର, ୩୦ ଏପ୍ରିଲ୍ (ହି.ସ.)- କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ କୋରାପୁଟ ଜିଲା ଜିଲ୍ଲା ବୈପାରିଗୁଡା, କୁନ୍ଦୁରା, ବୋରିଗୁମ୍ମା, କୋଟପାଡ ଅଂଚଳରେ ଭାଗ୍ୟ ବଦଳି ପାରୁନି । ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଏହି ଅଂଚଳରୁ ନିଜର ଜୀବିକା ପାଇ
ଉନ୍ନୟନ କାମରେ ପିସି କାରବାର ଅଭିଯୋଗ


ଜୟପୁର, ୩୦

ଏପ୍ରିଲ୍ (ହି.ସ.)-

କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ

ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ

କରୁଥିଲେ ମଧ୍ୟ କୋରାପୁଟ ଜିଲା ଜିଲ୍ଲା ବୈପାରିଗୁଡା, କୁନ୍ଦୁରା, ବୋରିଗୁମ୍ମା, କୋଟପାଡ ଅଂଚଳରେ ଭାଗ୍ୟ ବଦଳି ପାରୁନି । ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଏହି ଅଂଚଳରୁ ନିଜର ଜୀବିକା ପାଇଁ ଅନ୍ୟ ରାଜ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଗୁଜୁରାଟ, ମୁମ୍ବାଇ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଦାଦନ ଖଟିବାକୁ ଯାଆନ୍ତି । ଏହି ସମୟରେ ତାଙ୍କ ଖାଉଟି ସାମଗ୍ରୀ ପିଡ଼ିଏସ ସହିତ ବହୁତ ଯୋଜନା ଅର୍ଥ ବାଟମାରଣା ହୁଏ । ପ୍ରଶାସନ, ଜନପ୍ରତିନିଧି, ସରକାର ସମସ୍ତେ ଏ ସମ୍ବନ୍ଧରେ ଅବଗତ, ହେଲେ

କାର୍ଯ୍ୟାନୁଷ୍ଠାନ ଶୂନ । ବର୍ତମାନ ବୈପାରିଗୁଡା, ବୋରିଗୁମ୍ମା, କୋଟପାଡ ଓ କୁନ୍ଦୁରାବ୍ଲକରେ ଦୁର୍ନୀତି ଚରମ ସୀମାରେ ପହଁଚିଛି । ମନରେଗା ଏହି ବ୍ଲକର ବହୁ ପଂଚାୟତରେ ବ୍ୟାପକ ଦୁର୍ନୀତି

ଅଭିଯୋଗ ହେଉଛି । ପିଡ଼ିଏସ ଦୁର୍ନୀତି, ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ଶୌଚାଳୟ ଦୁର୍ନୀତି, ବିଭିନ୍ନ ଅନୁଦାନର ନିମ୍ନ ମାନର ରାସ୍ତା ନିର୍ମାଣ, ବାତ୍ୟାଆଶ୍ରୟସ୍ଥଳୀ ମରାମତି, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ବିଭିନ୍ନ ପଂଚାୟତ ରେ କୋଠ ଘର ନିର୍ମାଣ, ବିଭିନ୍ନ ଗୃହ ନିର୍ମାଣ ଚୟନରେ ଅନିୟମିତତା ଏବଂ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନାର ରୂପାୟନ ପାଇଁ ଆସିଥିବା ଅର୍ଥର ଠିକ ଭାବେ କାର୍ଯ୍ୟକାରୀ ନ କରିବା ଓ ଠିକ୍ ସମୟରେ ପ୍ରମାଣପତ୍ର ଦାଖଲ କରାଯାଉ ନାହିଁ । ଆଜି ମଧ୍ୟ ପକ୍କା ରାସ୍ତା ଗୁଡିକ ଥରେ ନିର୍ମାଣ କଲା ପରେ ବାରମ୍ବାର ତା ଉପରେ ରାସ୍ତା ନିର୍ମାଣ କରିବା ଅଭିଯୋଗ ହେଉଛି । ଏହି ବ୍ଲକରେ ଓଡିଶାର ନାଗରିକ ସେବା ୨୦୧୨ରେ ନିର୍ଧାରିତ ଠିକ୍ ସମୟରେ କାମ କରେ ନାହିଁ । ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା, କୁନ୍ଦୁରା ବ୍ଲକରେ ପିସି କାରବାର ଅଧିକ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ଷର ଆର୍ଥିକ ଶେଷ ମାସ ମାର୍ଚ୍ଚ ମାସରେ ଅନେକ କାର୍ଯ୍ୟ ବିଲ୍ ହେଉଥିବା ବେଳେ କାର୍ଯ୍ୟ ତଦାରଖ କରାଯାଉ ନାହିଁ ବୋଲି ଅଭିଯୋଗ

ହେଉଛି । ବ୍ଲକର ପ୍ରତ୍ୟେକ ପଂଚାୟତକୁ ଆସୁଥିବା ଅନୁଦାନରେ ନିମ୍ନମାନର କାମ ହେଉଛି । ପ୍ରତ୍ୟେକ କାମର କୌଣସି ନିର୍ଦ୍ଧାରିତ ସମୟ ନାହିଁ ଓ କେଉଁ ସୂଚନା ଫଳକ ପ୍ରଥମେ କାମ କରିବା ପୂର୍ବରୁ ଲଗାଯାଏ ତ କେଉଁଠି କାମ ସରିଲେ ସୂଚନା ଲେଖିବା ଜନସାଧାରଣ ଅଭିଯୋଗ ହେବା ପରେ ସୂଚନା ଲେଖନ୍ତି ଠିକାଦାର । ଏହି ୪ଟି ବ୍ଲକର ପ୍ରତ୍ୟେକ ପଂଚାୟତ କାମକୁ ଭିଜିଲାନ୍ସ ତଦନ୍ତ ହେବା ଜରୁରୀ ବୋଲି ଜନ ସାଧାରଣରେ ଦାବୀ ହେଉଛି । ଏହା ସହ ଯନ୍ତ୍ରୀ ମାନଙ୍କ କାର୍ଯ୍ୟର ସଠିକ୍ ତଦାରଖ କରିବାକୁ ସାଧାରଣରେ ଦାବୀ ହୋଇଛି । ନହେଲେ ଭବିଷ୍ୟତରେ ବୈପାରିଗୁଡା, କୁନ୍ଦୁରା, ବୋରିଗୁ୍ମ୍ମା, କୋଟପାଡ ବ୍ଲକ ଯେ, ଦୁର୍ନୀତିର ଗନ୍ଥାଘର ପାଲଟିଯିବ ସେଥିପାଇଁ

ଆଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେଣୁ ଜୟପୁର ଭିଜିଲାନ୍ସ ଚଢଉ କରି ପର୍ଦାଫାସ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande