ପାଞ୍ଚ ବର୍ଷ ବିତିଲା ତଥାପି ସରୁନି ଏକଲବ୍ୟ ବିଦ୍ୟାଳୟ କାମ
ଜୟପୁର, ୩୦ ଏପ୍ରିଲ୍ (ହି.ସ.)- ଉପାନ୍ତ ଅଂଚଳର ଆଦିବାସୀ ଲୋକଙ୍କୁ ସ୍ବପ୍ନ ଦେଖାଇଥିଲେ ସରକାର, କହିଲେ ଆବାସିକ ବିଦ୍ୟାଳୟ ସ୍ଥାପନ ହେବ, ଆଦିବାସୀ ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷା ଲାଭ କଲେ ଅଞ୍ଚଳର ବିକାଶ ହେବ, କିନ୍ତୁ ସ୍ବପ୍ନ ସାକାର ହେବାରେ ବାଧକ ସାଜିଛି ବିଦ୍ୟାଳୟ କୋଠା ନିର୍ମାଣ କାମ l ପ
-ପାଞ୍ଚ ବର୍ଷ ବିତିଲା ତଥାପି ସରୁନି ଏକଲବ୍ୟ ବିଦ୍ୟାଳୟ କାମ


ଜୟପୁର, ୩୦ ଏପ୍ରିଲ୍ (ହି.ସ.)- ଉପାନ୍ତ ଅଂଚଳର ଆଦିବାସୀ ଲୋକଙ୍କୁ ସ୍ବପ୍ନ ଦେଖାଇଥିଲେ ସରକାର, କହିଲେ ଆବାସିକ ବିଦ୍ୟାଳୟ ସ୍ଥାପନ ହେବ, ଆଦିବାସୀ ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷା ଲାଭ କଲେ ଅଞ୍ଚଳର ବିକାଶ ହେବ, କିନ୍ତୁ ସ୍ବପ୍ନ ସାକାର ହେବାରେ ବାଧକ ସାଜିଛି ବିଦ୍ୟାଳୟ କୋଠା ନିର୍ମାଣ କାମ l ପାଞ୍ଚ ବର୍ଷ ବିତିଲା, ତଥାପି ସରିଲା ନାହିଁ ନିର୍ମାଣ କାମ, କଚ୍ଛପପ ଗତିରେ ନିର୍ମାଣ କାମକୁ ନେଇ ହନ୍ତସନ୍ତ ହେଉଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବାସି l ଏହି ସମସ୍ୟା ନେଇ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଭେଟିଛନ୍ତି ଏବଂ ସମସ୍ୟାର ସମାଧାନ ନ ହେଲେ ଅଗାମି ଦିନରେ ଆନ୍ଦାଳନ ପାଇଁ ଚେତାବନୀ ଦେଇଛନ୍ତି l

ବୈପାରୀଗୁଡା ବ୍ଲକ କୋଲାର ପଂଚାୟତର ଟାଙ୍ଗିଣୀଗୁଡା ଠାରେ ଗତ ୨୦୨୧ ମସିହାରେ କେନ୍ଦ୍ର ସରକାର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା l ତତ୍କାଳୀନ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଶିଳାନ୍ୟାସ ଫଳକ ସ୍ଥାପନ କରିଥିଲେ। ସ୍କୁଲ ପାଇଁ ୧୫ ଏକରରୁ ଅଧିକ ଜମି ଅଧିଗ୍ରହଣ ମଧ୍ୟ ହୋଇଥିଲା । ଏଥିପାଇଁ ୨୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି l ବିଦ୍ୟାଳୟ ନିର୍ମାଣ କାମ ଆରମ୍ଭ ହେଲା କିନ୍ତୁ, ପାଞ୍ଚ ବର୍ଷ ବିତିଲା ତଥାପି ଆଦର୍ଶ ଆବାସିକ ବିଦ୍ୟାଳୟର ନିର୍ମାଣ କାମ ସରୁନି l ସେପଟେ ମଙ୍ଗଳ ବିଭାଗର ଅଜବ ନୀତି l ଯାହାକି ବୈପାରୀଗୁଡା ଏକଲବ୍ୟ ବିଦ୍ୟାଳୟରେ ପିଲାଙ୍କ ନାଁ ଲେଖାଯାଉଛି କିନ୍ତୁ ପିଲାମାନେ ପାଠ ପଢୁଛନ୍ତି ସତୁରି କିଲୋମିଟର ଦୂରରେ ଥିବା କୋଟପାଡ଼ ଏକଲବ୍ୟ ବିଦ୍ୟାଳୟରେ l ବ୍ଲକର ୧୨୦ ଆଦିବାସୀ ପିଲା କୋଟପାଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ପଢୁଛନ୍ତି l ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ, ଏଥିଲାଗି ଗତକାଲି ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ଜିଲ୍ଲାପାଳ ଟାଙ୍ଗିଣୀଗୁଡା ଏକଲବ୍ୟ ବିଦ୍ୟାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ଯଥା ସମ୍ଭବ ଅତି ଶୀଘ୍ର ଆରମ୍ଭ ହେବ ବୋଲି ଗାଁ ଲୋକଙ୍କୁ ପ୍ରତିଶୃତୁ ଦେଇଛନ୍ତି l ସେପଟେ ଅଭିଭାବକ ମାନେ ଜୁଲାଇ ଚାରି ତାରିଖ ସୁଦ୍ଧା ବିଦ୍ୟାଳୟ ଆରମ୍ଭ ନ ହେଲେ ଆନ୍ଦାଳନକୁ ଓ଼ହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande