ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୨ ଦିନ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ : ଆଗାମୀ ୨୪ ଘଂଟା ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୩୦ ଅପ୍ରେଲ (ହି.ସ.)- ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୨ ଦିନ ଅର୍ଥାତ୍ ଅପ୍ରେଲ ୩୦ ଓ ମଇ ୧ ତାରିଖ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଗରମ ଓ ଗୁଳୁଗୁଳି ନେଇ ଆଜି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦର
ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୨ ଦିନ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ -୨


ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୨ ଦିନ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ 


ଭୁବନେଶ୍ୱର, ୩୦ ଅପ୍ରେଲ (ହି.ସ.)- ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୨ ଦିନ ଅର୍ଥାତ୍ ଅପ୍ରେଲ ୩୦ ଓ ମଇ ୧ ତାରିଖ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଗରମ ଓ ଗୁଳୁଗୁଳି ନେଇ ଆଜି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ଗଞ୍ଜାମ, ଗଜପତି ।

ଅନୁରୂପ ଭାବେ ଗରମ ଓ ଗୁଳୁଗୁଳି ନେଇ ମଇ ୧ ତାରିଖ ଅର୍ଥାତ୍ ଆସନ୍ତାକାଲି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ଗଞ୍ଜାମ, ଗଜପତି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande