
ଭୁବନେଶ୍ୱର, ୧ ମଇ (ହି.ସ.)- ଶୁକ୍ରବାର ଅପରାହ୍ନ ୨ଟା ୩୦ ସୁଦ୍ଧା ରାଉରକେଲାରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୩୫.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ଝାରସୁଗୁଡ଼ାରେ ୩୪.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୩.୬ ଡ଼ିଗ୍ରୀ, ହିରାକୁଦରେ ୩୩.୨ ଡ଼ିଗ୍ରୀ, ସମ୍ବଲପୁରରେ ୩୩.୦ ଡ଼ିଗ୍ରୀ, ଚାନ୍ଦବାଲିରେ ୩୨.୨ ଡ଼ିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ଅନୁରୂପ ଭାବେ ପୁରୀରେ ତାପମାତ୍ରା ୩୧.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୧.୨ ଡ଼ିଗ୍ରୀ, ପାରାଦୀପରେ ୩୦.୦ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୨୯.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ