
ଭୁବନେଶ୍ୱର ,୦୧ ମଇ (ହି.ସ.)- ଗତ ୧୮.୪.୨୦୨୬ ରିଖ ଦିନ ମୟୁରଭଞ୍ଜ (ପୂର୍ବ) ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଅବସରରେ ଦଳ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ମୟୁରଭଞ୍ଜ (ପୂର୍ବ) ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସଂଯୋଜକ ଅରବିନ୍ଦଦାସଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଛି।
ସେହିପରି ଦଳ ଭିତରେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଉଦୟନାଥ ବେହେରାଙ୍କ ଦଳୀୟ ପ୍ରାଥମିକ ସଦସ୍ୟତା ପଦ ରଦ୍ଦ କରାଯିବା ସଙ୍ଗେ ସଙ୍ଗେ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି। ଓଡ଼ିଶା କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ସୁଜିତ୍ ପାଢୀ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା