ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ
କେନ୍ଦୁଝର, ୧ ମଇ (ହି.ସ.)- ଆଜି ମଇ ୧ ତାରିଖ ଏହି ପରିପେକ୍ଷିରେ କେନ୍ଦୁଝର ମଣ୍ଡୁଆ ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବିଭାଗ ଅନୁକୁଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ସାଂସଦ ଅନନ୍ତ ନାଏକ ଯୋଗଦେଇ କେନ୍ଦ୍
District level


କେନ୍ଦୁଝର, ୧ ମଇ (ହି.ସ.)-

ଆଜି ମଇ ୧ ତାରିଖ ଏହି ପରିପେକ୍ଷିରେ କେନ୍ଦୁଝର ମଣ୍ଡୁଆ ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବିଭାଗ ଅନୁକୁଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ସାଂସଦ ଅନନ୍ତ ନାଏକ ଯୋଗଦେଇ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଯୋଜନା, ଛଟେଇ ଶ୍ରମିକ ମାନଙ୍କ ପ୍ରାପ୍ୟ ସମ୍ପର୍କରେ ପ୍ରକାଶ କରିଥଲେ। ଏହାପରେ ପୁଅର ପାଠ ପଢ଼ା ପାଇଁ ସୁମତୀ ମହାନ୍ତଙ୍କୁ ୪୦ ହଜାର ଟଙ୍କା ସହାୟତା ମୃତ୍ୟୁ କାଳିନ ସହାୟତା ରାଶି ୩ ଲକ୍ଷ ୫ ହଜାର ଟଙ୍କା ଓ ବିଭାଘର ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ସମୁଦାୟ ୭୧୧ ହିତାଧିକାରୀଙ୍କୁ ୪ କୋଟି ୩୫ ଲକ୍ଷ ୯୯ ହଜାର ୨୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବିଜେପି ଜିଲା ସଂଯୋଜକ ବିବେକାନନ୍ଦ ମହାନ୍ତ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷା ମମିତା ନାଏକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋୟୀ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande