

କନ୍ଧମାଳ, ୨ ମଇ (ହି.ସ.)- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଡ୍ରାରେ ଗ୍ଯାସ୍ ସିଲିଣ୍ଡର ଫାଟି ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇ ପୁଅ ଗୁରୁତର ଭାବରେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳେ ହଠାତ୍ ଘରେ ଗ୍ଯାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ମହିଳା ଜଣକ ସେଠାରେ ହିଁ ପୋଡି ଯାଇଥିଲେ ଯାହାଦ୍ବାରା ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଥିଲା । ତାଙ୍କର ଦୁଇ ପୁଅ ମଧ୍ୟ ଏହି ନିଆଁରେ ପୋଡିହୋଇ ଗୁରୁତର ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହୀନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥି ସହିତ ପୋଲିସ୍ ପହଞ୍ଚି ମୃତକଙ୍କ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହିତ ଆହତଙ୍କୁ ଡାକ୍ତରଖାନାକୁ ପଠାଇଛି। ଦୁର୍ଘଟଣାର କାରଣ ବାବଦରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ