ସିଆଇଟିୟୁ ତରଫରୁ ଭଦ୍ରକ ଜିଲ୍ଲାରେ ବିଶ୍ଵ ଶ୍ରମିକ ଦିବସ ପାଳିତ
ଭଦ୍ରକ, ୨ ମଇ (ହି.ସ.)- ସିଆଇଟିୟୁ ତରଫରୁ ଭଦ୍ରକ ଜିଲ୍ଲାରେ ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ ଶ୍ରମିକ ବିରୋଧୀ କର୍ପୋରେଟ ସପକ୍ଷବାଦୀ ଶ୍ରମ କୋଡ ପ୍ରତ୍ୟାହାର ଦାବିରେ ଶ୍ରମିକ ମଜଦୂର ୟୁନିଅନ ଲଡେଇ କରି ବାକୁ ଆହ୍ୱାନ ଦିଆଯାଇଛି। ୧୮୮୬ମସିହାରେ ଶ୍ରମିକ ଶ୍ରେଣୀ ଲଢେଇ କରି ଦୈନିକ ଆଠ ଘଣ୍ଟା କାମ,
citu biswo sramika dibas


ଭଦ୍ରକ, ୨ ମଇ (ହି.ସ.)- ସିଆଇଟିୟୁ ତରଫରୁ ଭଦ୍ରକ ଜିଲ୍ଲାରେ ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ ଶ୍ରମିକ ବିରୋଧୀ କର୍ପୋରେଟ ସପକ୍ଷବାଦୀ ଶ୍ରମ କୋଡ ପ୍ରତ୍ୟାହାର ଦାବିରେ ଶ୍ରମିକ ମଜଦୂର ୟୁନିଅନ ଲଡେଇ କରି ବାକୁ ଆହ୍ୱାନ ଦିଆଯାଇଛି। ୧୮୮୬ମସିହାରେ ଶ୍ରମିକ ଶ୍ରେଣୀ ଲଢେଇ କରି ଦୈନିକ ଆଠ ଘଣ୍ଟା କାମ, ଆଠ ଘଣ୍ଟା ବିଶ୍ରାମ, ଆଠ ଘଣ୍ଟା ପିଲା ପରିବାର ସହ ସମୟ ଅତିବାହିତ କରିବାର ଯେଉଁ ଆଇନ ପ୍ରଣୟନ ହୋଇଥିଲା, ଆଜି ଆଜାଦିର ୭୮ବର୍ଷ ପରେ ଡବଲ ଇଞ୍ଜିନ ସରକାର ୧୫ଟି ଶ୍ରମ ଆଇନକୁ ସଂଶୋଧନ କରି ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ଲାଗୁ କରିଛି। ଦେଶ ବ୍ୟାପୀ ରେଳ, ବ୍ୟାଙ୍କ, ବୀମା, ବନ୍ଦର, ରାଜପଥ, ଖଣି, ଖାଦାନ ଆଦି ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଆଦାନୀ ଆମ୍ବାନୀକୁ ବିକ୍ରି କରି ଦେଉଛନ୍ତି। ତା'ର ପ୍ରତିବାଦ କରି ଆଜି ସକାଳେ ସାରା ଜିଲ୍ଲାରେ ଧାମରା, ଚାନ୍ଦବାଲି, ବାସୁଦେବପୁର, ଅଗରପଡା, ଧାମନଗର, ଚରମ୍ପା, କଚେରୀ ବଜାର, ବନ୍ତ ଛକ, ଭଟତିରା, ପୁରୁଣା ବଜାରରେ ଲାଲ ପତାକା ଉତ୍ତୋଳନ କରିଥିଲେ ସି ଆଇ ଟି ୟୁ ର ନେତ୍ରୀ ରୋଜାଲିନ ସାମ୍ୟବାଦୀ, ମମତା ଜେନା, ସୀତା ଦାଶ, ବାସନ୍ତୀ ବେହେରା, ପ୍ରବାସ ମହାପାତ୍ର, ସୁବ୍ରତ ସାମଲ, ମଳୟ ଭୋଇ, କାର୍ତ୍ତିକ ଖିଲାର, ନିରଂଜନ ପାଣି , ମଦନ ମୋହନ ଘଡ଼ାଇ, ସେକ ବାବୁ, ସେକ ସତାର, ସେକ କମାର, ଅଭିନ୍ନ ଚନ୍ଦ୍ର ରାଓ, କାଳନ୍ଦୀ ପାତ୍ର, ବିଷ୍ଣୁ ଦାଶ, ପ୍ରଫୁଲ୍ଲ ପାଢ଼ୀ ଓ ଚନ୍ଦ୍ର ଶେଖର ନାୟକ। ଅପରାହ୍ନ ସାଢେ ଚାରିଟା ସମୟରେ ଏକ ମିଳିତ ପଟୁଆର ନବକିଶୋର ବେହେରା, ପ୍ରହ୍ଲାଦ ପତି, ସୁରଜିତା ନାୟକ, ଶାନ୍ତିଲତା ନାୟକ, ଶେକ୍ ସତରୁଦ୍ଦିନି, ଅବ୍ଦଲ, ବିଷ୍ଣୁ ଦାଶଙ୍କ ନେତୃତ୍ୱରେ ସହର ପରିକ୍ରମା କରିବା ପରେ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକ ସାଧାରଣ ସଭା ଶ୍ରମିକ ନେତା ଦିବ୍ୟ ସିଂହ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି ଆଇ ଟି ୟୁ ରାଜ୍ୟ ସମ୍ପାଦକ ରମେଶ ଜେନା, କାଳନ୍ଦୀ ପାତ୍ର, ବିଷ୍ଣୁ ଦାଶ, ସୁରଜିତା ନାୟକ, ପ୍ରଫୁଲ୍ଲ ପାଢ଼ୀ ତାଙ୍କ ବକ୍ତବ୍ୟ ପ୍ରଦାନ କରି ଡବଲ ଇଞ୍ଜିନ ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋଡ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ସମାନ କାମକୁ ସମାନ ଦରମା ଦେବା, ଆଠ ଘଣ୍ଟା ଦୈନିକ କାମ କରିବା ବଦଳରେ ଦୈନିକ ଦଶ ଘଣ୍ଟା କାମ କରିବା ଓ ମହିଳା ଶ୍ରମିକ ମାନେ ରାତିରେ କାମ କରିବାର ଦାବି ରଖିଥିଲେ। ଶ୍ରମିକ ମାନେ ପ୍ରତିବାଦ କରିବା ବେଳେ ଦେଶର ସମ୍ବିଧାନ, ଗଣତନ୍ତ୍ର ଉପରେ ସରକାର ଆକ୍ରମଣ କରୁଛନ୍ତି। ବିଶ୍ୱରେ ସାମ୍ରାଜ୍ୟ ବାଦୀ ଆମେରିକା ନିକଟରେ ମୋଦି ସରକାର ମୁଣ୍ଡ ନୂଆଉଁଛନ୍ତି। ଏହା ବିରୋଧରେ ଲଢ଼େଇ ଜୋଦାର କରାଇବାକୁ ଆହ୍ୱାନ ଦେଇଥିଲେ ସିଟୁ ନେତା ଦିବ୍ୟ ସିଂହ ନାୟକ। ଗତକାଲି ସାରା ରାଜ୍ୟ ଓ ଭଦ୍ରକ ଜିଲ୍ଲାର ସାମ୍ବାଦିକ ମାନେ ଧାରଣା ଦେଇଛନ୍ତି। ସେମାନଙ୍କର ବେତନ, ପେନସନ ଓ ସାମାଜିକ ସୁରକ୍ଷା ଅଧିକାରକୁ ସିଟୁ ତରଫରୁ ସମର୍ଥନ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ ବିଷ୍ଣୁ ଦାଶ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande