
ଭୁବନେଶ୍ୱର, ୦୨ ମଇ (ହି.ସ.)- ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତିଙ୍କୁ ତାଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଭାରତୀୟ ଜନତା ପାର୍ଟି, ଓଡ଼ିଶା ପ୍ରଦେଶର ସାଧାରଣ ସମ୍ପାଦକ (ସଙ୍ଗଠନ) ଶ୍ରୀ ମାନସ ମହାନ୍ତି ଭାଇଙ୍କୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ଜଣେ ନିଷ୍ଠାପର ମାର୍ଗଦର୍ଶକ ତଥା ଦକ୍ଷ ସଂଗଠକ ଭାବେ ଆପଣଙ୍କର ଅଙ୍ଗୀକାରବଦ୍ଧତା ଆମ ଦଳର ସମସ୍ତ କର୍ଯ୍ୟକର୍ତାଙ୍କ ପାଇଁ ପ୍ରେରଣାର ଉତ୍ସ। ଆପଣଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ତୃଣମୂଳ ସ୍ତରରେ ବ୍ୟାପକ ଓ ସୁଦୃଢ଼ ହେଇଛି। ଆପଣଙ୍କ ସୁଚିନ୍ତିତ ମାର୍ଗଦର୍ଶନ ଏବଂ ସାଂଗଠନିକ କୌଶଳ ଓଡ଼ିଶାରେ ବିଜେପି ପରିବାରକୁ ନିରନ୍ତର ଶକ୍ତିଶାଳୀ କରିଚାଲିଛି।
ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସୁସ୍ଥ, ନିରୋଗ ଓ ଦୀର୍ଘାୟୁ କରନ୍ତୁ ଏବଂ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସମର୍ପିତ ରହିବା ପାଇଁ ଅପାର ଶକ୍ତି ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା