
ମୁଖୀଗୁଡା, ୨ ମଇ (ହି.ସ)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଗ୍ରାମୀଣ ଗୃହ ଯୋଜନାରେ କାର୍ଯ୍ୟରତ କ୍ଲକ ପ୍ରକଳ୍ପ ସଂଯୋଜକ(ବିପିସି) ଚନ୍ଦନ ସାହୁ (୩୪)ଙ୍କ ମୃତ୍ୟୁ ଘଟିଛି । ସେ ଗତ ଗୁରୁବାର ଦିନ ବ୍ଲକ କାର୍ଯ୍ୟ।ଳୟରୁ କାମ ସାରି ପ୍ରାୟ ସାଢେ ଗୋଟାଏ ପରେ ନିଜ ଗାଁ କୋକସରା ବ୍ଲକ ଅନ୍ତର୍ଗତ ଚିକିଲିକୁ ଫେରିଥିଲେ । ଘରକୁ ପହଂଚି ଅସୁସ୍ଥ ଲାଗିବାରୁ ବିଶ୍ରାମ ନେଇଥିଲେ ପରେ କାଲି ସକାକେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥ ହେବାପରେ ନିଜ ଗାଁ ଚିକିଲିକୁ ଫେରିଥିଲେ। ପୁଣି ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜୁନାଗଡର ଏକ ଘରୋଇ ନର୍ସିଙ୍ଗହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ହେଲେ ଚିକିତ୍ସାଧିନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ଜୟପାଟଣା ବ୍ଲକର ଅଧିକାରୀ, ସହକର୍ମଚାରି ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।
ଅନ୍ୟପକ୍ଷରେ ଅଂଶୁଘାତରେ ଚନ୍ଦନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ନିହାର