ଜାତୀୟ ଶିକ୍ଷା ନୀତି ସମ୍ପର୍କିତ କର୍ମଶାଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୨ ମଇ (ହି.ସ.)- ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ କନଭେନସନ୍ ସେଂଟର ଠାରେ ଜାତୀୟ ଶିକ୍ଷା ନୀତି-୨୦୨୦ ଉପରେ ଆୟୋଜିତ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଏସମ୍ପର୍କରେ ଏକ୍ସରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଜି ଜାତୀୟ ଶିକ୍ଷା ନୀତି-
nep


ଭୁବନେଶ୍ୱର, ୦୨ ମଇ (ହି.ସ.)- ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ କନଭେନସନ୍ ସେଂଟର ଠାରେ ଜାତୀୟ ଶିକ୍ଷା ନୀତି-୨୦୨୦ ଉପରେ ଆୟୋଜିତ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ।

ଏସମ୍ପର୍କରେ ଏକ୍ସରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଜି ଜାତୀୟ ଶିକ୍ଷା ନୀତି-୨୦୨୦ ଉପରେ ଆୟୋଜିତ ଜାତୀୟ ସ୍ତରୀୟ କର୍ମଶାଳାରେ ଯୋଗଦେଲି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଶିକ୍ଷାବିତ, କୁଳପତି, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହ ଚର୍ଚ୍ଚା ଆଲୋଚନା କରିବାର ସୁଯୋଗ ମିଳିଲା। ‘ନଲେଜ ଇଜ୍ ପାୱାର ’ ଏହି ମନ୍ତ୍ରକୁ ଆଧାର କରି ଜାତୀୟ ଶିକ୍ଷା ନୀତି-୨୦୨୦ ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଦିଶା ଦେଉଛି। ଗୁଣାତ୍ମକ ଶିକ୍ଷା, ଗବେଷଣା, ନବସୃଜନ ଓ ଦକ୍ଷତା ବିକାଶକୁ କେନ୍ଦ୍ରବିନ୍ଦୁରେ ରଖି ଆମେ ଯୁବଶକ୍ତିଙ୍କୁ ଓଇଣ୍ଡଷ୍ଟ୍ରୀ -ରେଡି କରିବା ସହ ସମାଜ ଗଠନରେ ସକ୍ଷମ କରୁଛୁ।

ଓଡ଼ିଶାରେ ଏନଇପି-୨୦୨୦ର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସୁଛି । ନୂତନ କଲେଜ ସ୍ଥାପନ, ମାତୃଭାଷାରେ ଶିକ୍ଷା ପ୍ରଚଳନ, ଗବେଷଣା ପ୍ରୋତ୍ସାହନ ଓ ଛାତ୍ରଛାତ୍ରୀଙ୍କ ପାଇଁ ବିସ୍ତୃତ ସୁଯୋଗ ସୃଷ୍ଟି ହେଉଛି। ଆମ ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ଓଡ଼ିଶାକୁ ପୂର୍ବ ଭାରତର ନଲେଜ ହବ୍ ଏବଂ ୨୦୪୭ ସୁଦ୍ଧା ଗବେଷଣା ଓ ନବସୃଜନରେ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande