
ଜୟପୁର, ୨ ମଇ (ହି.ସ.)- ଟାଉନ ହଲ, ଜୟପୁର ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କୋରାପୁଟ ପକ୍ଷରୁ ଅIନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ, କୋରାପୁଟ ରଘୁରାମ ମାଛ ଓ ସମ୍ମାନୀୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷI, କୋରାପୁଟ ସୁଶ୍ରୀ ସସ୍ମିତା ମେଲେକା, ଉପଜିଲ୍ଲାପାଳ, ଜୟପୁର, ଯଦୁମଣି ନାୟକ, ଅଧ୍ୟକ୍ଷI, ବ୍ଲକ ପଂଚାୟତ ସମିତି, ଜୟପୁର ଶ୍ରୀମତୀ ତିଲୋତ୍ତମା ମୁଦୁଲି, ପ୍ରଭାଗୀୟ ଶ୍ରମ ଆୟୁକ୍ତ ବୃନ୍ଦାବନ ସେଠି, ଜୟପୁର, ଜିଲ୍ଲା ଶ୍ରମ ଅଧିକାରୀ, ଜୟପୁର, ସୁଶ୍ରୀ ସବିତା କୁମାରୀ ନାୟକ, ସମସ୍ତ ସହକାରୀ ଶ୍ରମ ଅଧିକାରୀ, କୋରାପୁଟ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ, ଟ୍ରେଡ ୟୁନିଅନ ର କର୍ମକର୍ତ୍ତା ଆଦି ଯୋଗ ଦେଇଥିଲେ । ଶ୍ରୀ ବୁଲୁ ଶ୍ରୀହରିଆ ସହକାରୀ ଶ୍ରମ ଅଧିକାରୀ, କୋରାପୁଟ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ସହାୟତା ରାଶି ଯଥା - ବିବାହ ସହାୟତା ରାଶି ବାବଦରେ ୬୧ ଜଣଙ୍କୁ ଟ ୩୦,୫୦,୦୦୦/-, ମୃତ୍ୟୁକାଳୀନ ସହାୟତା ରାଶି ୬୧ ଜଣଙ୍କୁ ଟ. ୧,୭୧,୦୦,୦୦୦/-, ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ରାଶି ୫୩ ଜଣଙ୍କୁ ଟ ୨,୬୫,୦୦୦/- , ଶିକ୍ଷା ସହାୟତା ରାଶି ୫୮ ଜଣଙ୍କୁ ଟ. ୫,୭୨,୮୦୦/-, ପ୍ରସୂତି କାଳୀନ ସହାୟତା ରାଶି ୨୧ ଜଣଙ୍କୁ ଟ.୨,୧୦,୦୦୦ /- I ଏହିପରି ଭାବେ ସର୍ବମୋଟ ୨ କୋଟି ୧୧ଲକ୍ଷ ୯୭ ହଜାର ୮୦୦ ଟଙ୍କା ର ସହାୟତା ରାଶି ୨୫୪ଜଣ ନିର୍ମାଣ ଶ୍ରମିକଙ୍କୁ ବଣ୍ଟନ କରାଗଲା ଏବଂ ୧୫୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଗଲା । ତତସହିତ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୫ ଜଣ ମୃତ ଶ୍ରମିକଙ୍କର ଉତ୍ତରାଧିକାରୀ ଙ୍କୁ ମୃତ୍ୟୁ କାଳୀନ ସହାୟତା ନିମିତ୍ତ ୧୦ ଲକ୍ଷ ଟଙ୍କା ଓ ୫୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଗଲା ।
ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୩୫୦ ଜଣ ନିର୍ମାଣ ଏବଂ ଅଣସଂଗଠିତ ଶ୍ରମିକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି