
ଭୁବନେଶ୍ୱର, 26 ମେ (ହି.ସ.)- ରାଜ୍ୟରେ ମନ୍ତ୍ରିମଣ୍ଡଳ
ସମ୍ପ୍ରସାରଣ ନେଇ ରାଜସ୍ୱ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ
ସମ୍ପ୍ରସାରଣ ହୋଇପାରେ ବୋଲି ସେ କହିଛନ୍ତି ।
ରାଜସ୍ୱ ମନ୍ତ୍ରୀ ସୁରେଶ
ପୂଜାରୀ କହିଛନ୍ତି ଯେ, ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଦଳ ଓ
ସରକାର ଏହା ଭିତରେ ଚୟନ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି । ସମ୍ଭବତଃ ଖୁବଶୀଘ୍ର ଏହା ଶେଷ
ହେବ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା