


ସମ୍ବଲପୁର,୨୬, ମେ (ହି.ସ.) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଶୁଣାଣିରେ ମୋଟ ୬୭ ଟି ଆବେଦନ ଗ୍ରହଣ କରାଯାଇଥିଲା । ଏଥିରେ ୪୫ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୨୨ ଟି ସମସ୍ୟା ଗୋଷ୍ଠୀଗତ ସମସ୍ୟା ସହିତ ଜଡିତ ଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ