
ଜୟପୁର, ୩୧ ମଇ(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ସହରର ପୁରୁଣା ଦମକଳ କେନ୍ଦ୍ର ପଡ଼ିଆ ନିକଟସ୍ଥ ରାଜୁ ସାହିରେ ଏକ ବଡ଼ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯାୟୀ ସ୍ଥାନୀୟ ରାଜୁସାହି ବାସିନ୍ଦା ନାରାୟଣ ନିଶଙ୍କ ଗତ ୨୯ ତାରିଖ ଦିନ ସକାଳ ୧୧ଟା ସମୟରେ ନିଜ ପୈତୃକ ବାସଭବନକୁ ଯାଇଥିଲେ। ସେଠାରେ ମୁଖ୍ୟ କବାଟ ଖୋଲିବା ମାତ୍ରେ ଘରର ସମସ୍ତ ଭିତର କବାଟ୍ ଆଲମିରା ଓ ପୂଜାଘରର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଦୁର୍ବୁର୍ତମାନେ ଘରେ ପଶି ସମସ୍ତ ସୁନା ଓ ରୁପା ଅଳଙ୍କାର, ପୂଜାଘରର ଦେବାଦେବୀ ମୂର୍ତି, ପିତଳ ଏବଂ ରୂପା ବାସନକୁସନ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଛନ୍ତି। ଏନେଇ ନିଶଙ୍କ ଜୟପୁର ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତିକରି ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି