ନଈକୂଳରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା, ହତ୍ୟା ମାମଲାରେ ପୋଲିସର ଖୋଳତାଡ଼, ଅଭିଯୁକ୍ତ ସ୍ୱାମୀ ଫେରାର
ଭଦ୍ରକ, ୩୧ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ବୋଡ଼କ ପଂଚାୟତର ରେବ ନଈକୂଳରୁ ଶୁକ୍ରବାର ସକାଳେ ପୋଲିସ ମହିଳାଙ୍କ ମୃତଦେହକୁ ଜବତ କରିଥିଲା । ଏହି ଘଟଣାରେ ପୋଲିସ ଏକ ହତ୍ୟା ମାମଲା (ନଂ ୨୧୭/୨୬)ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଘଟଣାଦିନ ରାତିରେ ମୃତା ମହିଳାଙ୍କ ପରିଚୟ ପୋଲିସ ଜ
MAHILA MRUTADEHA MILIBA GHATANA - ABHIJUKTA SWAMI FERAR


ଭଦ୍ରକ, ୩୧ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ବୋଡ଼କ ପଂଚାୟତର ରେବ ନଈକୂଳରୁ ଶୁକ୍ରବାର ସକାଳେ ପୋଲିସ ମହିଳାଙ୍କ ମୃତଦେହକୁ ଜବତ କରିଥିଲା । ଏହି ଘଟଣାରେ ପୋଲିସ ଏକ ହତ୍ୟା ମାମଲା (ନଂ ୨୧୭/୨୬)ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଘଟଣାଦିନ ରାତିରେ ମୃତା ମହିଳାଙ୍କ ପରିଚୟ ପୋଲିସ ଜାଣିବାକୁ ପାଇଥିଲା । ମହିଳାଙ୍କ ନାଁ କବିତା ବେହେରା (୩୫) ଏବଂ ସେ ଧୂଷୁରୀ ଥାନା କଟସାହି ପଂଚାୟତ ଅଧୀନ ପଥରଡିହ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ପତ୍ନୀ ସବିତା ବୋଲି ଜାଣିବାକୁ ପାଇଥିଲା।ତେବେ ମହିଳାଙ୍କ ପରିଚୟ ମିଳିବା ପରେ ତିହିଡି଼ ଥାନା ଆଇଆଇସି ଲୋପାମୁଦ୍ରା ନାୟକ ଶୁକ୍ରବାର ରାତିରେ ଏବଂ ଶନିବାର ପଥରଡିହ ଗ୍ରାମକୁ ଯାଇ ଏହାର ତଦନ୍ତ ଚଳାଇଛନ୍ତି । ଏହି ହତ୍ୟା ଘଟଣାର ଗୁମର ଖୋଲିବାରେ ଲାଗିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟ ପ୍ରଫୁଲ୍ଲଙ୍କ ୨ନାବାଳିକା ଝିଅକୁ ଘରେ ଛାଡ଼ି ଗିରଫ ଭୟରେ ଫେରାର ହୋଇଯାଇଥିବା ଜଣାଯାଇଛି । ତେବେ ଆଇଆଇସି ନାୟକ ତଦନ୍ତ ବେଳେ ଜାଣିବାକୁ ପାଇଛନ୍ତି ଯେ ପ୍ରଫୁଲ୍ଲ ୧୭/୧୮ ବର୍ଷ ପୂର୍ବେ ବିହାର ରାଜ୍ୟରେ କାମ କରୁଥିଲେ । ସେଠାରେ କାମ କରୁଥିବା ସେହି ରାଜ୍ୟର କବିତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ପ୍ରଫୁଲ୍ଲ ତାଙ୍କୁ ବିବାହ କରି ନିଜ ଗ୍ରାମ ପଥରଡିହକୁ ନେଇ ଆସିଥିଲେ । ବୈବାହିକ ଜୀବନ ବିତାଇବା ମଧ୍ୟରେ ତାଙ୍କର ୨ଟି କନ୍ୟା ଜନ୍ମ ହୋଇଥିଲେ । ତେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ବେଳେ ମନୋମାଳିନ୍ୟ ଦେଖା ଦେଉଥିଲା । ଏହି କାରଣରୁ ପ୍ରଫୁଲ୍ଲ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ନଈକୂଳରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ ପ୍ରକାଶ କରିଛି । ସୂଚନା ଯୋଗ୍ୟଯେ ଶୁକ୍ରବାର ସକାଳେ ରେବ ନଈକୂଳରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ପାଇ ଆଇଆଇସି ନାୟକ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ଚିହ୍ନଟ କରିବାଦିଗରେ ପଦକ୍ଷେପ ନେଇ ରାତିସୁଦ୍ଧା ମୃତ ମହିଳାଙ୍କ ଖବର ପାଇବାରେ ସକ୍ଷମ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande