
ମାଲକାନଗିରି , ୩୧ ମଇ (ହି.ସ.)
ରବିବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ୍ ,୫- ଖାରବେଳ ନଗର ,ଭୁବନେଶ୍ୱର, ଓଡ଼ିଶା ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ରାଜ୍ୟ ସଭାପତି ଅନିତା ମେହେରଙ୍କ ସୋନପୁର ସ୍ଥିତ ଆବାସିକ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଥିଲା!ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ।ଉକ୍ତ ବୈଠକ ଅନିତା ମେହେରଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ତଥା ଶ୍ରୀ ଯଶୋବନ୍ତ ନାରାୟଣ ପଣ୍ଡା ନୂଆପଡ଼ା,କୃଷ୍ଣ ଚନ୍ଦ୍ର ପଣ୍ଡା ନବରଙ୍ଗପୁର,ଦେବଦତ୍ତ ମେହେର ବଲାଙ୍ଗୀର, ହରେକୃଷ୍ଣ ଗଉଡ ଗଞ୍ଜାମ ,ସନ୍ତୋଷ ଚୌଧୁରୀ କଳାହାଣ୍ଡି,ରବିନାରାୟଣ ପ୍ରଧାନ ବୌଦ୍ଧ,ଉମାକାନ୍ତ ମିଶ୍ର ସୋନପୁର, ବୈଷ୍ଣବ ଦୁରିଆ ନୂଆପଡ଼ା ଓ ରାଜ୍ୟ ଉପସଭାପତି ନୀଳକଣ୍ଠ ବେହେରା ,ସମ୍ପାଦକ ଲିମୁ ଶିରା ମଞ୍ଚା ସୀନ ଥିଲେ।ଉକ୍ତ ବୈଠକ ରେ ଶିକ୍ଷକ ମାନଙ୍କ ଅଷ୍ଟମ ବେତନ କମିଶନ ଉପରେ ବିସ୍ତୃତ ଭାବରେ ଆଲୋଚନା କରା ଯାଇଥିଲା,ଶିକ୍ଷା ବିଭାଗର ବିଭିନ୍ନ ଶିକ୍ଷକ ପଦବୀ ପୂରଣ ,ଶିକ୍ଷକ ମାନଙ୍କ ପଦୋନ୍ନତୀ ପଦ ଗୁଡ଼ିକ ଯଥା ଶୀଘ୍ର ପୁରଣ କରିବା ପାଇଁ ସରକାରଙ୍କ ସହିତ ଆଲୋଚନାର ପ୍ରସ୍ତାବ ସହିତ ଶିକ୍ଷକ ମାନଙ୍କୁ ନୂତନ ଶିକ୍ଷା ପଦ୍ଧତି ଅନୁସାରେ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ପାଇଁ ସରକାରଙ୍କ ଉପରେ ଦାବି ଉପସ୍ଥାପନ ପ୍ରସ୍ତାବ ଦିଆଗଲା।ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ରେ ସଂଗଠନ ସୁଦୃଢ କରିବା ପାଇଁ ପ୍ରସ୍ତାବ ଦିଆଗଲା। ସଭାରେ ରଞ୍ଜୁ ଅମାତ ମଞ୍ଚ ପରିଚାଳନା କରିଥିଲେ ଓ ଗିରିଶ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରି ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ