ନବନିର୍ମାଣ କୃଷକ ସଂଗଠନର ଜାଗରଣ ଯାତ୍ରା, ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଚାଷୀଙ୍କ ରଣହୁଙ୍କାର
ବୌଦ୍ଧ, 06 ମେ (ହି.ସ.) ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ସହ ସହ ଚାଷୀ ରଣହୁଙ୍କାର ଦେଇଛନ୍ତି l ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରିଛକ ଠାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଅଛି। ଏହି ଅବସରରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଠାରୁ ଏକ ପଦଯାତ୍ରା ବାହାରି ଚା
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଚାଷୀଙ୍କ ରଣହୁଙ୍କାର, ନବନିର୍ମାଣ କୃଷକ ସଂଗଠନର ଜାଗରଣ ଯାତ୍ରା


ବୌଦ୍ଧ, 06 ମେ (ହି.ସ.) ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ସହ ସହ ଚାଷୀ ରଣହୁଙ୍କାର ଦେଇଛନ୍ତି l ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରିଛକ ଠାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଅଛି। ଏହି ଅବସରରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଠାରୁ ଏକ ପଦଯାତ୍ରା ବାହାରି ଚାରିଛକ ବାଜାର ପରିକ୍ରମା କରି ଶିବ ମନ୍ଦିର ଠାରେ ପହଞ୍ଚିଥିଲେ। ନବନିର୍ମାଣ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସହ ସଂଯୋଜକ ରଶ୍ମି ରଞ୍ଜନ ସ୍ୱାଇଁ, ଉପଦେଷ୍ଠା ଡ କୁଳମଣୀ,ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମଡି ମନୋହର ଅଲ୍ଲୀ, ରଞ୍ଜିତ୍ ପଟ୍ଟନାୟକ ପ୍ରଭାତ ମହାଳିକ, ବୌଦ୍ଧ ଜିଲ୍ଲା ସଭାପଟିଙ୍କୁ ନରେନ୍ଦ୍ର କୁମାର ସାହୁ, ରାଜ୍ୟ ସଂଯୋଜକ ହୃଷିକେଶ ପ୍ରଧାନ, ବ୍ଲକ ସଭାପତି ପଦ୍ମ କିଶୋର ମାହାର , ବୁଦ୍ଧ ବ୍ଲକ୍ ସଭାପତି ମଂରଞ୍ଜନ ମହାକୁଡ଼, ବିକାଶ ମହାକୁଡ଼, ମଞ୍ଜୁଲତା ସେଠୀ, ଜୋସ୍ନା ରାଣୀ ମହାକୁଡ଼ ଚାଷୀ ଙ୍କ ବିଭିନ୍ନ ଦାବି କୁ ନେ଼ଇ ଏକ ସଭା ଅନୁଷ୍ଠିତ ହୋଇଥିଲା।

ନବନିର୍ମାଣ କୃଷକ ସଂଗଠନ ଦୀର୍ଘ ୧୬ ବର୍ଷ ହେଲା ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଇତ୍ୟାଦି ଦାବିକୁ ନେଇ ଅନବରତ ଭାବରେ ଧାରଣା, ସତ୍ୟାଗ୍ରହ, ଗଣପଦଯାତ୍ରା ଓ ଜେଲ୍ ଯାତ୍ରା ଇତ୍ୟାଦି ମାଧ୍ୟମରେ ତାର ସଂଘର୍ଷ ଜାରି ରଖିଛି। ଯାହାର ପରିଣାମ ସୂରୁପ କାଳିଆ ଯୋଜନା ଠାରୁ ଆରମ୍ଭ କରି ଧାନ ଉପରେ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସହାୟତାର ଲାଭ ଚାଷୀ ପାଖରେ ପହଞ୍ଚିଛି। ଠିକ୍ ସେହିପରି ଗତ ମାର୍ଚ୍ଚ ୨୨ ତାରିଖରୁ ଘଟଗାଁରୁ ଆରମ୍ଭ ହୋଇଥିବା ଏକ କୃଷକ ଏକତା ପଦଯାତ୍ରା ପ୍ରାଇସ୍ (ଚାଷୀ ଉତ୍ପାଦର ଉଚିତ୍ ମୂଲ୍ୟ ), ପ୍ରେଷ୍ଟିଜ୍ (ଚାଷୀର ସମ୍ମାନ, ସ୍ବାଭିମାନ ଓ ସ୍ବାବଲମ୍ବନ), ପେନସନ୍ (ଚାଷୀ ସୁରକ୍ଷା ଭତ୍ତା- ୨୦ ବର୍ଷରୁ ପ୍ରତ୍ୟେକ ଚାଷୀଙ୍କୁ ମାସିକ ୧୦ ହଜାର ଟଙ୍କା ସୁରକ୍ଷା ଭତ୍ତା ଏବଂ ୬୦ ବର୍ଷରୁ ପ୍ରତ୍ୟେକ ବୟଷ୍କଙ୍କୁ ୩ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା) ଏବଂ ଜମି, ଜଳ, ଜଙ୍ଗଲ, ଖଣି ଉପରେ ମୂଳ ଅଧିବାସୀର ଅଧିକାର ସମେତ ଜଳସେଚନ, ଜଳ ନିଷ୍କାସନ, ଶୀତଳ ଭଣ୍ଡାର, ଧାନର ଅଭାବୀ ବିକ୍ରି ଇତ୍ୟାଦି ୨୧ ଦଫା ଦାବିକୁ ନେଇ ମାର୍ଚ୍ଚ ୩୧ ତାରିଖରେ ବିଧାନସଭା ସାମ୍ନାରେ ଥିବା ପିଏମଜିରେ ଏକ ଚାଷୀ ସମାବେଶ ମାଧ୍ୟମରେ ସରକାରଙ୍କୁ ଉକ୍ତ ଦାବିଗୁଡ଼ିକ ବିଷୟରେ ସ୍ମାରକ ପତ୍ର ଦେଇ ଆଲୋଚନା କରିବାର ଥିଲା। କିନ୍ତୁ ଅହିଂସକ ଓ ଶାନ୍ତିପୂର୍ଣ୍ଣ ଭାବରେ ଚାଲୁଥିବା ସରଳ ଚାଷୀ ଓ ଆଦିବାସୀଙ୍କର ପଦଯାତ୍ରାକୁ କଟକର ଫୁଲନଖରା ଠାରେ ଅଟକାଇ ଗତ ୩୦ ମାର୍ଚ୍ଚରେ ୭୦୦ ଚାଷୀକୁ ଯେଉଁଥିରେ ୨୦୦ ମହିଳା ଉପସ୍ଥିତ ଥିଲେ ଅଗଣତାନ୍ତ୍ରିକ ଭାବରେ ଗିରଫ କରିନେଲେ ଏବଂ ତତ୍ ସହିତ ହିଂସା ଓ ଦଙ୍ଗା ଇତ୍ୟାଦି ମିଛ ଆରୋପ ଲଗାଇ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହିତ ଉତ୍ତରପ୍ରଦେଶର ରାଷ୍ଟ୍ରୀୟ ନେତୃତ୍ବ ଅରବିନ୍ଦ ମୂର୍ତ୍ତି ଆଇକ୍ୟାନ୍ର ରାଷ୍ଟ୍ରୀୟ ସଂଯୋଜକ, ଝାଡ଼ଖଣ୍ଡର ନେତୃତ୍ବ ବିଜୟ ସିଂ ଅଲ୍ ଇଣ୍ଡିଆ ପିପୁଲ୍ସ ଫ୍ରଣ୍ଟର ଉପ-ସଭାପତି ଏବଂ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କୁ ମିଶାଇ ମୋଟ ୧୩ ଜଣଙ୍କୁ ୧୫ ଦିନ ପାଇଁ ଜେଲ୍ ପଠାଇଦେଲେ। ଏଥିରେ ସରକାର ଓ ପ୍ରଶାସନର ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନକ ମୁଖା ଖୋଲିବା ସହିତ ଚାଷୀର ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ ଓ ଜମି, ଜଳ, ଜଙ୍ଗଲ ଓ ଖଣି ଉପରେ ମୂଳ ଅଧିବାସୀର ଅଧିକାର ସମେତ ୨୧ଟି ଦାବୀଗୁଡ଼ିକୁ ନେଇ ଲୋକଙ୍କ ସ୍ବାଭିମାନକୁ ଜାଗ୍ରତ ଓ ସଂଗଠିତ କରିବାର ପ୍ରୟାସ ଚାଲୁ ରଖିବା ପାଇଁ ନବନିର୍ମାଣ କୃଷକ ସଂଗଠନ ସକଳ୍ପବଦ୍ଧ ବୋଲି ବକ୍ତାମାନେ କହିଥିଲେ l ଏହାସହ ଏହି ଯାତ୍ରାରେ ସମସ୍ତ ଚାଷୀ, ମୂଲିଆ, ଯୁବକ, ଛାତ୍ର, ମହିଳା, ଓକିଲ, ସାମ୍ବାଦିକ, ବୁଦ୍ଧିଜୀବୀ ଏବଂ ସମସ୍ତ ଗଣତାନ୍ତ୍ରିକ ସଂଗଠନ ସମେତ ବିରୋଧି ରାଜନୈତିକ ଦଳମାନଙ୍କୁ ଏଥିରେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande