
ନୂଆଦିଲ୍ଲୀ, ୧୨ ଜୁନ୍(ହି.ସ.) – ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ଭାଗରେ ଆଗାମୀ କିଛି ଦିନ ମଧ୍ୟରେ ପାଣିପାଗ ଢାଂଚାରେ ପରିବର୍ତନ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ(ଆଇ.ଏମ୍.ଡି.) ପୂର୍ବାନୁମାନ ଅନୁଯାୟୀ, ଗୋଟିଏ ପଟେ ଉତର-ପଶ୍ଚିମ ଭାରତକୁ ଉତାପରୁ ମୁକ୍ତି ମିଳିବ, ଅନ୍ୟ ପକ୍ଷରେ କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତର କେତେକ ଅଂଚଳରେ ହିଟ ବେଭ ଜାରି ରହିବ।
ଆଇଏମଡି ଅନୁଯାୟୀ, ରାଜଧାନୀରେ ଶନିବାର ଅପରାହ୍ନରେ କିମ୍ବା ସନ୍ଧ୍ୟାରେ ପ୍ରବଳ ପବନ ଏବଂ ବଜ୍ରପାତ ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୬-୩୮ ଡିଗ୍ରୀ ସେଲସିୟସ ଏବଂ ୨୨-୨୪ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବାର ସମ୍ଭାବନା ରହିଛି। ୧୪ର ମଧ୍ୟାହ୍ନ ଏବଂ ସନ୍ଧ୍ୟାରେ ବଜ୍ରପାତ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଦିନର ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୭-୩୯ ଡିଗ୍ରୀ ସେଲସିୟସ ଏବଂ ୨୩-୨୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବାର ସମ୍ଭାବନା ରହିଛି। ଜୁନ୍ ୧୫ ରେ କିଛି ମେଘ ଆଚ୍ଛାଦନ ରହିବ। ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୭-୩୯ ଡିଗ୍ରୀ ସେଲସିୟସ୍ ଏବଂ ୨୪-୨୬ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି