ଅଭିଷେକ ବାନାର୍ଜୀଙ୍କ କାଲିଘାଟ ବାସଭବନରେ ପହଂଚିଲା ସିଆଇଡି, ଉତେଜକ ମନ୍ତବ୍ୟ ମାମଲାରେ ନୋଟିସ୍ ଜାରି କଲା
କୋଲକାତା, ୧୨ ଜୁନ୍(ହି.ସ.) – ଅପରାଧିକ ଅନୁସନ୍ଧାନ ବିଭାଗ(ସିଆଇଡି)ର ଏକ ଦଳ ଶୁକ୍ରବାର ସନ୍ଧ୍ୟାରେ ଟିଏମ୍ସି ଜାତୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବରର ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ କାଲିଘାଟ ବାସଭବନରେ ପୁଣି ଥରେ ପହଂଚିଛନ୍ତି। ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଥ
ଅଭିଷେକ ବାନାର୍ଜୀଙ୍କ କାଲିଘାଟ ବାସଭବନରେ ପହଂଚିଲା ସିଆଇଡି, ଉତେଜକ ମନ୍ତବ୍ୟ ମାମଲାରେ ନୋଟିସ୍ ଜାରି କଲା


କୋଲକାତା, ୧୨ ଜୁନ୍(ହି.ସ.) – ଅପରାଧିକ ଅନୁସନ୍ଧାନ ବିଭାଗ(ସିଆଇଡି)ର ଏକ ଦଳ ଶୁକ୍ରବାର ସନ୍ଧ୍ୟାରେ ଟିଏମ୍ସି ଜାତୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବରର ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ କାଲିଘାଟ ବାସଭବନରେ ପୁଣି ଥରେ ପହଂଚିଛନ୍ତି। ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଥିତ ଉତେଜକ ମନ୍ତବ୍ୟ ସମ୍ବନ୍ଧୀୟ ଏକ ମାମଲାରେ ସିଆଇଡି ଅଧିକାରୀମାନେ ତାଙ୍କୁ ନୋଟିସ୍ ଦେବାକୁ ଚେଷ୍ଟା କରିଥିଲେ।

ସୂତ୍ରରୁ ପ୍ରକାଶ ଯେ ଏହି ମାମଲା ନିର୍ବାଚନ ପ୍ରଚାର ସମୟରେ ଅଭିଷେକ ବାନାର୍ଜୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଉପରେ ଦାଖଲ ହୋଇଥିବା ଅଭିଯୋଗ ସହିତ ଜଡିତ। ପ୍ରଥମେ ଏ ସଂକ୍ରାନ୍ତରେ ବାଗୁଇଆଟି ପୋଲିସ ଷ୍ଟେସନରେ ଏକ ଅଭିଯୋଗ ହୋଇଥିଲା। ପରେ, ବିଧାନନଗର ପୋଲିସ କମିଶନରଙ୍କ ସାଇବର କ୍ରାଇମ୍ ପୋଲିସ ଷ୍ଟେସନ ଦ୍ୱାରା ଏହି ମାମଲାର ତଦନ୍ତ କରାଯାଇଥିଲା। ପରେ ତଦନ୍ତ ଭାର ସିଆଇଡିକୁ ହସ୍ତାନ୍ତର କରାଯାଇଥିଲା।

ସମାନ ମାମଲାରେ ନୋଟିସ୍ ଦେବା ପାଇଁ ସିଆଇଡି ଦଳ ଶୁକ୍ରବାର ଅଭିଷେକ ବାନାର୍ଜୀଙ୍କ ବାସଭବନରେ ପହଂଚିଥିଲା। ତେବେ ସେହି ସମୟରେ ସେ ଘରେ ନଥିଲେ। ସି.ଆଇ.ଡି. ଅଧିକାରୀମାନେ ପହଂଚିବାର କିଛି ସମୟ ପୂର୍ବରୁ ସେ ଚାଲିଯାଇଥିବା ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande