ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଦୁଇ ବର୍ଷର ବିକାଶ କାର୍ଯ୍ୟର ସମୀକ୍ଷା
ଜୟପୁର, ୧୭ ଜୁନ୍(ହି.ସ.) – ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅଧୀନରେ ବୋରିଗୁମ୍ମା ବ୍ଲକ ପରିସରରେ ପଂଚାୟତ ସମିତି ସ୍ତରୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ଓ ସରକାରଙ୍କ ଦୁଇ ବର୍ଷ ପୂର୍ତି ଅବସରରେ ଆୟୋଜିତ ଏହି ସମ୍ମିଳନୀରେ ଗତ ଦୁଇ ବର୍ଷ ମଧ୍ୟରେ ଅଂଚଳରେ ହୋଇଥୁବା ବିଭିନ୍ନ ଉ
ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ  ଦୁଇ ବର୍ଷର ବିକାଶ କାର୍ଯ୍ୟର ସମୀକ୍ଷା


ଜୟପୁର, ୧୭ ଜୁନ୍(ହି.ସ.) – ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅଧୀନରେ ବୋରିଗୁମ୍ମା ବ୍ଲକ ପରିସରରେ ପଂଚାୟତ ସମିତି ସ୍ତରୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ଓ ସରକାରଙ୍କ ଦୁଇ ବର୍ଷ ପୂର୍ତି ଅବସରରେ ଆୟୋଜିତ ଏହି ସମ୍ମିଳନୀରେ ଗତ ଦୁଇ ବର୍ଷ ମଧ୍ୟରେ ଅଂଚଳରେ ହୋଇଥୁବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରାଯାଇଥୁଲା ଓ ବିଶେଷ କରି ପାନୀୟ ଜଳ, ଗ୍ରାମ୍ୟ ରାସ୍ତା ନିର୍ମାଣ, ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ପ୍ରକଳ୍ପର ଅଗ୍ରଗତି ଉପରେ ଏହି ବୈଠକରେ ଆଲୋକପାତ କରାଯାଇଥିଲା ଓ ଏହାସହ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ଏବଂ ଆଗାମୀ ଦିନ ପାଇଁ ନୂତନ ପ୍ରକଳ୍ପ ଗୁଡ଼ିକର ରୂପରେଖ ପ୍ରସ୍ତତ କରାଯାଇଥିଲା ଓଏହି ସମ୍ମିଳନୀରେ ବ୍ଲକ ଅଧ୍ୟାକ୍ଷା ଦିପ୍ତିମୟୀ ନାୟକ, ବ୍ଲକ ଅନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ, ସାଂସଦଙ୍କ ପ୍ରତିନିଧି ଯେ ଶ୍ରୀନିବାସ ରାଓ,ଚନ୍ଦ୍ର ନାୟକ,ବିଧାୟକ ପ୍ରତିନିଧି ରାମକୃଷ୍ଣ ଭତ୍ରା, ଆଦିବାସୀ ସଂଘର ଉପସଭାପତି କମୁଳୁ ଯାନୀ ପ୍ରମୁଖ ମଂଚାସୀନ ଥିଲେ ଓ ଏହା ସହିତ ବ୍ଲକର ସମସ୍ତ କର୍ମଚାରୀ ଏବଂ ବହୁ ସଂଖ୍ୟାରେ ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଭାଗ ତରଫରୁ ସରକାର ଙ୍କ ବିଭିନ୍ନ ଜନାହିତକର ଯୋଜନା ବାବଦରେ ଲୋକଙ୍କୁ ସୂଚନା ଓ ସରକାରଙ୍କ ଉପଲଧ୍ ବିଷୟରେ ବିସ୍ତୃତ ସୂଚନା ଦିଆ ଯାଇଥିଲା। ସମ୍ମିଳନୀ ଗୃହକୁ ରଙ୍ଗବେରଙ୍ଗର ବେଲୁନ ଏବଂ ସୁଗନ୍ଧିତ ଫୁଲମାଳରେ ସୁସଜ୍ଜିତ କରାଯାଇଥିଲା ଓ ମଂଚାସୀନ ଅତିଥୁମାନେ ମାଇକ୍ ଯୋଗେ ସଭାକୁ ସମ୍ବୋଧୂତ କରି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତରରେ ପହଂଚାଇବା ପାଇଁ ସମସ୍ତ ପ୍ରତିନିଧି ଓ ସରକାରୀ ଅଧୂକାରୀଙ୍କୁ ଆହ୍ୱାନ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande