ସଞ୍ଜୀବ ଓତା ମା' ତାରିଣୀ ୱାକର୍ସ କ୍ଲବ, କେନ୍ଦୁଝରର ନୂତନ ସଭାପତି
କେନ୍ଦୁଝର, ୧୭ ଜୁନ୍ (ହି.ସ.) ସଚେତନତା, ନିୟମିତ ବ୍ୟାୟାମ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦୀର୍ଘଦିନ ଧରି ସକ୍ରିୟ ଭାବେ କାର୍ଯ୍ୟ କରିଆସୁଥିବା ମା'' ତାରିଣୀ ୱାକର୍ସ କ୍ଲବ, କେନ୍ଦୁଝରର କାର୍ଯ୍ୟକାରିଣୀ କମିଟି ସର୍ବସମ୍ମତିକ୍ରମେ ପୁନର୍ଗଠିତ ହୋଇଛି। କ୍ଲବର ପୂର୍ବତନ ସଭାପତି ଡାକୁର ପି.ସି. ଦାସଙ୍
ସଞ୍ଜୀବ ଓତା ମା' ତାରିଣୀ ୱାକର୍ସ କ୍ଲବ, କେନ୍ଦୁଝରର ନୂତନ ସଭାପତି


କେନ୍ଦୁଝର, ୧୭ ଜୁନ୍ (ହି.ସ.) ସଚେତନତା, ନିୟମିତ ବ୍ୟାୟାମ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦୀର୍ଘଦିନ ଧରି ସକ୍ରିୟ ଭାବେ କାର୍ଯ୍ୟ କରିଆସୁଥିବା ମା' ତାରିଣୀ ୱାକର୍ସ କ୍ଲବ, କେନ୍ଦୁଝରର କାର୍ଯ୍ୟକାରିଣୀ କମିଟି ସର୍ବସମ୍ମତିକ୍ରମେ ପୁନର୍ଗଠିତ ହୋଇଛି। କ୍ଲବର ପୂର୍ବତନ ସଭାପତି ଡାକୁର ପି.ସି. ଦାସଙ୍କ ପରଲୋକ ପରେ ସଭାପତି ପଦ ଖାଲି ପଡ଼ିଥିବାରୁ ନୂତନ କମିଟି ଗଠନର ଆବଶ୍ଯକତା ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ନିକଟରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ନୂତନ କମିଟି ଗଠନ କରାଯାଇଥିଲା। ବୈଠକରେ ବରିଷ୍ଠ ଦନୁରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ କେନ୍ଦୁଝର ପୌରପାଳିକାର ଉପାଧ୍ଯକ୍ଷ ବରଦା ପ୍ରସନ୍ନ ଦାସ ଓ ପ୍ରଶାନ୍ତ କୁମାର ସ୍ୱାଇଁ ଉପସଭାପତି, ବିଦ୍ୟାଧର ଚୌଧୁରୀ ସମ୍ପାଦକ, ଇଂ. ଜନ୍ମେଜୟ ଦାସ ଓ କିଶୋର ଚନ୍ଦ୍ର ଜେନା ଯୁଗ୍ମ ସମ୍ପାଦକ, ଜିତେନ୍ଦ୍ର କୁମାର ଦାସ ସହସମ୍ପାଦକ ଏବଂ ସୁଶୀଳ କୁମାର ସାହୁ କୋଷାଧ୍ୟକ୍ଷ ଭାବେ ଚୟନିତ ହୋଇଛନ୍ତି। ସେହିପରି ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ରାଉତ, ଶିକ୍ଷାବିତ୍ ଡ଼. ବନବିହାରୀ ମିଶ୍ର, ଧନଞ୍ଜୟ ପଣ୍ଡା, ରାମଚନ୍ଦ୍ର ତ୍ରିପାଠୀ, କରୁଣାକର ନାଏକ, ବ୍ରଜ କିଶୋର ଓଝା, ସଞ୍ଜୟ ମହାପାତ୍ର, ସୁଧାଂଶୁ ଶେଖର ସାହୁ, ଜ୍ଞାନରଞ୍ଜନ ଦାସ ଓ ଶରତ ଜେନାଙ୍କୁ କ୍ଲବର ବୋର୍ଡ ଅଫ୍ ଡାଇରେକ୍ଟରରେ ସ୍ଥାନ ଦିଆଯାଇଛି। ବୈଠକରେ ଚଳିତ ବର୍ଷର ଅବଶିଷ୍ଟ ଛଅ ମାସ ପାଇଁ କ୍ଲବର କାର୍ଯ୍ୟଯୋଜନା ଡାକ୍ଟର ଓତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶୀଘ୍ର ଚୂଡ଼ାନ୍ତି କରାଯିବା ସହ ପ୍ରତ୍ୟେକ ମାସର ଶେଷ ରବିବାର ନିୟମିତ ବୋଲି ବୈଠକ ଅନୁଷ୍ଠିତ କରାଯିବ ସର୍ବସମ୍ମତିକ୍ରମେ ନିଷ୍ପତା ଗ୍ରହଣ କରାଯାଇଥିଲା ।

-------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande