କନ୍ଧମାଳ ପୋଲିସକୁ ପୁଣି ମିଳିଛି ମାଓ ଡମ୍ପ : ୬ଟି ବିଭିନ୍ନ ବନ୍ଧୁକ, ଗୁଳିଗୋଳା ଓ ମାଓ ସାମଗ୍ରୀ ଜବତ
Mao Dumping seized in KANDHAMAL by the Police
ଫୋଟ ୨


ଫୋଟ


କନ୍ଧମାଳ, ୧୭ ଜୁନ୍(ହି.ସ.) –କନ୍ଧମାଳ ଜିଲ୍ଲା ମାଓ ମୁକ୍ତ ଜିଲ୍ଲା ଘୋଷଣା ହେବା ପରେ କନ୍ଧମାଳ ପୋଲିସ୍କୁ, ତୁହାକୁତୁହା ମିଳୁଛି ମାଓ ଡମ୍ପିଂ। ଗତ ୧୦ ତାରିଖ ରେ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ର ବାଲିଗୁଡ଼ା ଥାନା ଅଂଚଳର ବିଭିନ୍ନ ଜଙ୍ଗଲ ରୁ ବିପୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା ସମେତ ମାଓ ବ୍ଯବହୃତ ସାମଗ୍ରୀ ଜବତ କରାଯାଇଥିଲା। ପୁଣି ଥରେ ମଙ୍ଗଳବାର ଦିନ ବିଶେଷ ସୂତ୍ରରୁ ଖବର ପାଇବା ପରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ରମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ, ୨ଟି ଏସ୍ଓଜି ଏବଂ ଗୋଟିଏ ଡିଭିଏଫ୍ ଟିମ୍ ଏବଂ ବାଲିଗୁଡା, ତୁମୁଡିବନ୍ଧ ଓ କୋଟଗଡ଼ ଥାନା ପୋଲିସ ଭଳି ବିଭିନ୍ନ ଟିମର ମିଳିତ ସର୍ଚ୍ଚ ଅପରେଶନ, କନ୍ଧମାଳର ଜିଲ୍ଲା କୋଟଗଡ଼, ତୁମୁଡିବନ୍ଧ ଓ ବାଲିଗୁଡା ଥାନା ଅନ୍ତର୍ଗତ ସୀତାଗୁଡା, ଗଞ୍ଜୁଗୁଡ଼ା, କୁଟିବାରି, ଗୁଡ୍ରିକିଆ ଏବଂ ଲଞ୍ଜମ ଆଦି ଅଂଚଳରେ, ମାଓବାଦୀ ମାନଙ୍କ ଲ୍ୟାଣ୍ଡମାଇନ ଓ ଆଇଇଡିର ତଲାସି କରାଯାଇ ସୁରକ୍ଷିତ ଭାବେ ଜାରି ହୋଇଥିଲା। ଆଜି ଫୁଲବାଣୀ ସ୍ଥିତ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଶ୍ରୀ ରମେଦ୍ର ପ୍ରସାଦ। ସେ ଦେଇଥିବା ସୂଚନା ଅନୁଯାୟୀ ଏହି ସର୍ଚ୍ଚ ଅପରେଶନ ସମୟରେ ଟିମକୁ ଗୋଟିଏ ୩୦୩ ରାଇଫଲ୍,୨ଟି ୧୨ ବୋର ର ବନ୍ଧକ,୨ଟି ସିଙ୍ଗଲ ସଟ୍ ଗନ୍, ଗୋଟିଏ ୮ ଏମ୍ଏମ୍ର ବନ୍ଧୁକ ସମେତ, ୧୮ଟି ୩୦୩ ବନ୍ଧୁକ ର ଗୁଳି ଓ ଗୋଟିଏ ମାଗାଜିନ୍,୧୨ ବୋର ର ୧୦ ଟି ଗୁଳି, ୮ ଏମ୍ ଏମ୍ ର ଗୁଳି ସମେତ ୫ ଟି ଡେଟୋନେଟର ଓ ଅନ୍ୟାନ୍ୟ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ନେଇ ସୁଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲା ମାଓ ମୁକ୍ତ ଜିଲ୍ଲା ଘୋଷଣା ହୋଇଥିଲେ ମଧ୍ୟ, ସେମାନେ ଯେପରି ଆଗକୁ ମୁଣ୍ଡ ଟେକିବା ସହିତ ଏହି ସବୁ ଅସ୍ତ୍ରଶସ୍ତ୍ରକୁ ପୁନର୍ବାର ବ୍ୟବହାର ନ କରିବେ ସେ ଦିଗରେ,କନ୍ଧମାଳ ପୋଲିସ୍ ଯତ୍ନବାନ୍ ହେଉଛି ବୋଲି କହିଛନ୍ତି ଏସପି। ଏହି ଅଭିଯାନ ଜିଲ୍ଲାରେ ଜାରି ରହିବ ବୋଲି ମଧ୍ୟ ସେ କହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande