
କେନ୍ଦୁଝର, ୧୭ ଜୁନ୍ (ହି.ସ.) ଓଡ଼ିଆ ସଂସ୍କୃତି , ପରମ୍ପରାର ଅନନ୍ୟ ପ୍ରତୀକ ପବିତ୍ର ରଜ ପର୍ବ ଅବସରରେ ହରିଚନ୍ଦନପୁର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ତରଫରୁ ସଭାପତି ମାର୍କଣ୍ଡ ବେହେରାଙ୍କ ବାଂଶପାଳ ବାସଭବନ ସ୍ଥିତ ଭାଗବତ ଗାଦିରେ ଶେଷ ରଜ ତଥା ଭୂମି ଦହନ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି। ସର୍ବପ୍ରଥମେ ମୁଖ୍ୟ କର୍ତା ମାର୍କଣ୍ଡ ବେହେରା ଓ ତାଙ୍କ ଧର୍ମ ପତ୍ନୀ ଗୟାରାଣୀ ବେହେରାଙ୍କ ସହଯୋଗରେ ପଣ୍ଡିତ ରମେଶ ଚନ୍ଦ୍ର ପଣ୍ଡା ତ୍ରିନାଥ ମେଳା ଅନୁଷ୍ଠାନ କରି ଭାଗବତ ଗାଦି ପୂଜାର୍ଚ୍ଚନା କଲେ। କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭାଗବତ ପାରାୟଣ ପୂର୍ବକ ବାର୍ଷିକ ଭାଗବତ ପାରାୟଣ ଉଦ୍ ଯାପନ କରି ଭାଗବତ ଆଲୋଚନା କଲେ ଏବଂ ରଜ ଦୋଳି ଗୀତ ପରିବେଷଣ କରି ଉପସ୍ଥିତ ମାତୃ ମଣ୍ଡଳୀ ତଥା ଭକ୍ତ ମାନଙ୍କ ଦ୍ୱାରା ଶିଆଳି ଲଟାରେ ଦୋଳି ଖେଳୁଥିବା ଭଗବାନ ଶ୍ରୀକୃଷ୍ଣଙ୍କ ବାଁମୟ ମୂର୍ତି ସ୍ୱରୂପ ଭାଗବତ ଗୋସେଇଁଙ୍କୁ ଦୋଳିରେ ବିଜେ କରାଇ ସାଷ୍ଟାଙ୍ଗ ପ୍ରଣାମ ପୂର୍ବକ ଦର୍ଶନ କରି ପଦରଜ ନେବା, ଦୋଳିରେ ଭାଗବତ ଭଗବାନଙ୍କୁ ଝୁଲାଇବା, ଆଲଟ ଚାମର ସେବା, ସର୍ବାଙ୍ଗରେ ବାସ ଚନ୍ଦନ ଓ ଅଗୁର ଲେପନ, ତୁଳସୀ ତଥା ପୁଷ୍ପ ମାଲ୍ୟ ଅର୍ପଣ, ଧୂପ ଦୀପ ଦାନ ପୂର୍ବକ ନୈବେଦ୍ୟ ଅର୍ପଣ ତଥା କର୍ପୁର ଆଳତୀ ପ୍ରଦର୍ଶନ ଓ ପୁଷ୍ପାଞ୍ଜଳି ଆଦି ବିଭିନ୍ନ ଉପଚାର ଶ୍ରଦ୍ଧା ଓ ଭକ୍ତିର ସହିତ ପ୍ରଦାନ କରି ସାମୁହିକ ଉପାସନା କରାଇଲେ। ଏହାପରେ ବେହେରା ପରିବାର ବର୍ଗ ଓ ଉପସ୍ଥିତ ଭକ୍ତବୃନ୍ଦ ଦୋଳି ଗୀତ ଗାଇ ଆନନ୍ଦ ଉଲ୍ଲାସରେ ଶେଷ ରଜ ଉତ୍ସବ ପାଳନ କଲେ ।ଜଂଘିରା ଅଂଚଳ ଭାଗବତ ପ୍ରଚାର ପ୍ରସାର ସମିତି ସଂକୀର୍ତନ ମଣ୍ଡଳୀ ମହନ୍ତ ପୂର୍ଣ୍ଣ ଚନ୍ଦ୍ର ପଲେଇ ତଥା ତାଙ୍କର ସାଥୀ ମାନେ ଭଗବାନଙ୍କ ସ୍ତୁତି, ବନ୍ଦନା ତଥା ଭଜନ କୀର୍ତନ ପରିବେଷଣ କରିଥିଲେ ।ଏଥିରେ ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ଉପଦେଷ୍ଟା ପାରେଶ୍ୱର ବେହେରା, ଉପସଭାପତି ଶୁକଦେବ ମହାକୁଡ ଏବଂ ଉମାକାନ୍ତ ପରିଡ଼ା, ଟିକାୟତ ବେହେରା,ବେଣୁଧର ନାୟକ, ଦୁଷ୍ମନ୍ତ ନାୟକ,ରମାକାନ୍ତ ପରିଡା,ଦୁର୍ଯ୍ୟୋଧନ ବେହେରା ଓ ସୁଦାମ ନାୟକ ଆଦି ଭାଗବତ ଟୁଙ୍ଗି ପ୍ରତିନିଧିବୃନ୍ଦ ସହଯୋଗ କରିଥିଲେ। ପରିଶେଷରେ ପ୍ରମୋଦ କୁମାର ବେହେରା ଜୟ ଧ୍ୱନି ପ୍ରଦାନ ପୂର୍ବକ ଶାନ୍ତି ପାଠ କରି ଥିଲେ । ଏହି କାର୍ଯ୍ୟକ୍ରମରେ ଦାଶରଥି ବେହେରା,ବାବୁଲି ବେହେରା,ବିଶିକେଶନ ବେହେରା, ଗଜେନ୍ଦ୍ର ବେହେରା , ପୁରଞ୍ଜନ ପରିଡ଼ା,ଦିବ୍ୟମ୍ ପରିଡ଼ା, ଶୁଭଶ୍ରୀ ପରିଡ଼ା,ଝୁମୀନା ବେହେରା ଓ ନାଗାର୍ଜୁନ ଆରୁକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
---------------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA