ଭଦ୍ରକରେ ଉତ୍ସାହର ସହ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ, ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ସୁସ୍ଥ ଓ ସକ୍ରିୟ ଜୀବନ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ
ଭଦ୍ରକ, ୨୧ ଜୁନ୍ (ହି.ସ.) - ଯୌଗିକ ପରମ୍ପରା ଭାରତୀୟ ସଂସ୍କୃତିର ଏକ ଅଂଶ। ସୁସ୍ଥ, ବୟସ୍କତା ବା ବୃଦ୍ଧାବସ୍ଥା ପାଇଁ ଯୋଗ ବିଷୟବସ୍ତୁ ସହିତ ଜୁନ୍ ୨୧ ତାରିଖରେ ପାଳିତ ହେଉଛି ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ। ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ‘ଯୋଗ’ ଶାରୀରିକ, ମାନସିକ ଓ ଭାବପ୍ରବଣ ସୁସ୍ଥତାକୁ ପ୍
BHADRAK ZILLASTARIYA YOGA DIVAS


ଭଦ୍ରକ, ୨୧ ଜୁନ୍ (ହି.ସ.) - ଯୌଗିକ ପରମ୍ପରା ଭାରତୀୟ ସଂସ୍କୃତିର ଏକ ଅଂଶ। ସୁସ୍ଥ, ବୟସ୍କତା ବା ବୃଦ୍ଧାବସ୍ଥା ପାଇଁ ଯୋଗ ବିଷୟବସ୍ତୁ ସହିତ ଜୁନ୍ ୨୧ ତାରିଖରେ ପାଳିତ ହେଉଛି ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ। ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ‘ଯୋଗ’ ଶାରୀରିକ, ମାନସିକ ଓ ଭାବପ୍ରବଣ ସୁସ୍ଥତାକୁ ପ୍ରୋତ୍ସାହିତ କରେ। ସାମଗ୍ରିକ ପଦ୍ଧତି ଭାବରେ ଯୋଗର ବର୍ଦ୍ଧିତ ବିଶ୍ୱସ୍ତରୀୟ ସ୍ୱୀକୃତିକୁ ପ୍ରତିଫଳିତ କରିଛି। ଏହି ଦିବସର ଲକ୍ଷ୍ୟ ହେଉଛି ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ପାଇଁ ଯୋଗ ସଚେତନତା ବୃଦ୍ଧି କରିବା ସହ ଜୀବନର ଏକ ଉପାୟ ଭାବରେ ଗ୍ରହଣ କରିବାକୁ ଉତ୍ସାହିତ କରିବା। ଯୋଗର ଲକ୍ଷ୍ୟ ହେଉଛି ବ୍ୟକ୍ତିଗତ ଚେତନାକୁ ସାର୍ବଜନୀନ ଚେତନା ସହିତ ଏକୀକୃତ କରିବା। ଏହି ଆନ୍ତର୍ଜାତୀୟ ଯୋଗ ଦିବସ ଏକ ବିଶ୍ୱ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱ ଆଜି ଲକ୍ଷ ଲକ୍ଷ ଜନତା ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଏହି ଦିବସ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଯୋଗର ଜନସଚେତନତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ। ସମାଜର ବିଭିନ୍ନ ବର୍ଗର ୩୦୦ରୁ ଅଧିକ ଲୋକ ଏଥିରେ ଯୋଗଦେଇ ସାମୂହିକ ଯୋଗାଭ୍ୟାସ କରିଥିଲେ। ସ୍ଥାନୀୟ ସଂଗଠନ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସଂଘର ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ପ୍ରଶିକ୍ଷିତ ଯୋଗ ଗୁରୁମାନଙ୍କ ଦ୍ୱାରା ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଦର୍ଶନ କରାଯାଇଥିବାବେଳେ ଯୋଗର ସ୍ୱାସ୍ଥ୍ୟଗତ ଉପକାରିତା ଓ ଦୈନନ୍ଦିନ ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡା ଅଧିକାରୀ ଦେବବ୍ରତ ମହାପାତ୍ର, ଏନ୍ସିସି କର୍ନେଲ ଏସ୍.ଏସ୍. ରଘୁବଂଶୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସାଂସଦ ଶ୍ରୀ ସେଠୀ ଯୋଗର ମହତ୍ୱ ଓ ବିଶ୍ୱସ୍ତରରେ ଏହାର ସ୍ୱୀକୃତି ହାସଲ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ବିଧାୟକ ଶ୍ରୀ ମହାପାତ୍ର କହିଥିଲେ ଯେ ଜିଲ୍ଲାର ସମସ୍ତ ବ୍ଲକ, ପଂଚାୟତ ଓ ଜୋନ ସ୍ତରରେ ଯୋଗ ଦିବସ ପାଳନ କରାଯାଇଥିବାରୁ ବହୁ ସଂଖ୍ୟକ ଲୋକ ଏହାର ସୁଫଳ ପାଇଛନ୍ତି ଏବଂ ଯୋଗ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଆଗାମୀ ବର୍ଷଗୁଡ଼ିକରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ସଫଳ କରିବାକୁ ସେ ଆହ୍ୱାନ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ରାଉତରାୟ ଯୋଗର ଐତିହାସିକ ପରମ୍ପରା, ବୈଜ୍ଞାନିକ ଦିଗ ଓ ବିଶ୍ୱବ୍ୟାପୀ ଗ୍ରହଣୀୟତା ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ମାନସିକ ଶାନ୍ତି ଓ ସମଗ୍ର ଜୀବନଶୈଳୀର ଉନ୍ନତି ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ। କାର୍ଯ୍ୟକ୍ରମ ଶେଷରେ ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ସୁସ୍ଥ ଓ ସକ୍ରିୟ ଜୀବନ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା। ଭଦ୍ରକରେ ଯୋଗର ପ୍ରସାର ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande