ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ, ଯୋଗ ଅନ୍ତଃଶୁଦ୍ଧି କରିବାରେ ସହାୟକ ହୋଇଥାଏ
ଭଦ୍ରକ, ୨୧ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ କାର୍ଯାଳୟ ପକ୍ଷରୁ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ପତିସରରେ ସକାଳ ୭ଟା ସମୟରେ ଯୋଗାଭ୍ୟାସ କରାଯାଇଥିଲା । ଯୋଗଗୁରୁ ଡ.ସୁରେଶ ନାୟକଙ୍କ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । ତହସିଲଦାର ସୁବାଶି
BLOCK LEVEL YOGA DIVAS


ଭଦ୍ରକ, ୨୧ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ କାର୍ଯାଳୟ ପକ୍ଷରୁ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ପତିସରରେ ସକାଳ ୭ଟା ସମୟରେ ଯୋଗାଭ୍ୟାସ କରାଯାଇଥିଲା । ଯୋଗଗୁରୁ ଡ.ସୁରେଶ ନାୟକଙ୍କ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । ତହସିଲଦାର ସୁବାଶିଷ ସାହୁ, ବିଡ଼ିଓ ନିରଞ୍ଜନ ବାରିକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ଏବିଡ଼ିଓ ମୀନକେତନ ବାରିକ ପ୍ରମୁଖ ଯୋଗଦେଇ ଯୋଗ ଅନ୍ତଃଶୁଦ୍ଧି କରିବାରେ ସହାୟକ ହୋଇଥାଏ। ଯୋଗ ଅଭ୍ୟାସକଲେ ଏକାଗ୍ରତା ଆସିବା ସହିତ ମଣିଷ ନିରୋଗ ରହିଥାଏ ବୋଲି କହିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭାଜପା ମଣ୍ଡଳ ସଭାପତି କେଶବ ବେହେରା, ତପୁନ ପାଣି, ଦେବେନ୍ଦ୍ର ମହାନ୍ତି, ସରୋଜ ନାୟକ, ପ୍ରଫୁଲ୍ଲ ମଲିକ, ହରିଶ୍ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ତିହିଡି ଯୁବମଂଚ ପକ୍ଷରୁ ଦୋଳସାହି ଯୋଗୀ ଋଷି ଲଛମନ ଦାସ ଆଶ୍ରମରେ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗଗୁରୁ ସୁରେଶ ନାୟକ ଯୋଗ ଶିକ୍ଷା ଦେଇଥିକେ। ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲରେ ଜୀବନଜ୍ୟୋତି ସଙ୍ଗଠନ ପକ୍ଷରୁ ସଭାପତି ଦୀପକ କୁମାର ସ୍ୱାଇଁ ଏବଂ ପ୍ରତିଷ୍ଠାତା ଜ୍ୟୋତିର୍ମୟ ପାଣ୍ଡ୍ୱଙ୍କ ତତ୍ୱାବଧାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲର ୧୦ଜଣ ଛାତ୍ରୀଛାତ୍ରଙ୍କୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଏଥିରେ ସହଯୋଗ କରିଥିଲେ । ଯୋଗ ଗୁରୁ ଉମାକାନ୍ତ ଦାସ ତିହିଡି ସିଆରଏସ ହାଇସ୍କୁଲରେ ପିଲାମାନଙ୍କୁ ଯୋଗଶିକ୍ଷା ଦେଇଥିଲେ।ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର,ଅବସରପ୍ରାପ୍ତ ଶିକ୍ଷକ ଗିରିଜା ଜେନା,ଆଇନିଜୀବି ସୂର୍ଯ୍ୟ ରଞ୍ଜନ ମିଶ୍ର,ଶିକ୍ଷକ ପ୍ରଫୁଲ୍ଲ ସାହୁ,ଶିକ୍ଷା କର୍ମଚାରୀ ପଞ୍ଚାନନ ଦତ ପ୍ରମୁଖ ଉପସ୍ଥିତଥିଲେ ।ଜୟୀପୁର ଶିଶୁ ବିଦ୍ୟମନ୍ଦିରରେ ଯୋଗ ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଆଚାର୍ଯ୍ୟ ଗଣେଷ ପ୍ରସାଦ ରାଉତଙ୍କ ତତ୍ୱାବଧାନରେ ପିଲାମାନଙ୍କୁ ଯୋଗଶିକ୍ଷା ଦିଆଯାଇଥିଲା। ଏହାଛଡ଼ା ବିଭିନ୍ନ ଶିକ୍ଷାନୁଷ୍ଠାନ, ପଂଚାୟତ କାର୍ଯ୍ୟାଳୟରେ ମଧ୍ୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande