
ଭଦ୍ରକ, ୨୧ ଜୁନ୍ (ହି.ସ.) - ମଞ୍ଜୁରୀରୋଡ଼ ଡାକ୍ତରଖାନାର ପଶ୍ଚିମ ପାଖରେ ଥିବା ପାଚେରୀର ପ୍ରାୟ ୨୦ ଫୁଟ ଲମ୍ବର କାନ୍ଥ ଭୁସୁଡ଼ି ପଡ଼ିଛି।କୌଣସି ବିଶେଷ କାରଣ ନଥାଇ ଏହି ସ୍ଥାନଟିରେ ପାଚେରୀ ଭାଙ୍ଗି ଯାଇଥିବା ଡାକ୍ତରଖାନାର କର୍ମଚାରୀଙ୍କ ସୂତ୍ରରୁ ଜଣାଯାଇଛି ।ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏପରି ହୋଇଥିବା କୁହାଯାଇଛି।ଏହି ଡାକ୍ତରଖାନାର ଫାଟକ ନିର୍ମାଣ କାର୍ଯ୍ୟ ହେଉନଥିବା ବେଳେ ପାଚେରୀ ଭାଙ୍ଗିଯିବା ଯୋଗୁ ବୁଲା ଗୋରୁ,କୁକୁର ମାନେ ପରିସରରେ ଅବାଧ ଭାବେ ପଶି ପରିବେଶ ଦୂଷିତ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ