
କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋର ପଂଚାୟତର କୋର ମିର୍ଜାପୁର ଶ୍ମଶାନ ନିକଟରୁ ବେଧଡକ ଭାବରେ ମାଟି ଉଠାଇ ଚାଲାଣ କରାଯାଉଛି। ଏ ବିଷୟରେ ସ୍ଥାନୀୟ ଲୋକ କୋର ଆର୍.ଆଇ, କେନ୍ଦ୍ରାପଡା ତହସିଲ୍ଦାର ଓ ଜିଲ୍ଲା ଖଣି ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସ୍ଥାନୀୟ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗତ କିଛି ଦିନ ହେଲା ଏହି ଅଂଚଳରୁ ସ୍ଥାନୀୟ କେତେକ ବ୍ୟକ୍ତି ଟ୍ରାକ୍ଟର ଯୋଗେ ମାଟି ଉଠାଇ ବିକ୍ରି କରୁଥିବା ସହିତ ନିଜ ଜାଗାରେ ମାଟି ପକାଉଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି