ଗୁରୁକୁଳୁରେ ଯୋଗ ଦିବସ ପାଳିତ
କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) –କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଗୁରୁକୁଳୁ ଆବାସିକ ଶିକ୍ଷା ନିକେତନ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଯୋଗ ଶିକ୍ଷକ ସଂଜୟ କୁମାର ମଥାନଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ରୂପେ ଅନୁଷ୍ଠାନର ନିର୍ଦ୍ଦେଶକ ଅଭିମନ୍ୟୁ ଗୋଚ୍ଛାୟତ ଯୋ
---------ଗୁରୁକୁଳୁରେ ଯୋଗ ଦିବସ ପାଳିତ ।


କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) –କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଗୁରୁକୁଳୁ ଆବାସିକ ଶିକ୍ଷା ନିକେତନ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଯୋଗ ଶିକ୍ଷକ ସଂଜୟ କୁମାର ମଥାନଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ରୂପେ ଅନୁଷ୍ଠାନର ନିର୍ଦ୍ଦେଶକ ଅଭିମନ୍ୟୁ ଗୋଚ୍ଛାୟତ ଯୋଗଦେଇ ଶରୀର ଓ ମନର ସୁସ୍ଥତା ପାଇଁ ଯୋଗର ଉପଯୋଗୀତା ଓ ନିରୋଗ ରହିବା ପାଇଁ ପ୍ରତ୍ୟକ ମଣିଷ ନିଜ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସକୁ ଏକ ଅବିଚ୍ଛେଦ କାର୍ଯ୍ୟରୂପେ ସାମିଲ୍ କରିବା ପାଇଁ କହିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିୟମିତ ଅଭ୍ୟାସ କରୁଥିବାରୁ ଚିତ୍ତାକର୍ଷକ ଯୋଗ ପ୍ରଦର୍ଶନ କରିଥିଲେ । ଶିକ୍ଷକ ବଳରାମ ବେହେରା, ବନଜା ମହାନ୍ତି, ମାନସୀ ବେହେରା, ସୋଫିଆ ଦାସ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande