
କେନ୍ଦୁଝର, 24 ଜୁନ୍ (ହି.ସ.)
ଉଚ୍ଚଶିକ୍ଷା କ୍ଷେତ୍ରରେ ପଦାର୍ପଣ କରୁଥିବା ନବାଗତ ଛାତ୍ରଛାତ୍ରୀଙ୍କୁ ନାମଲେଖା ପ୍ରକ୍ରିୟାରେ ସହାୟତା ଓ ସଠିକ୍ ମାର୍ଗଦର୍ଶନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), କେନ୍ଦୁଝର ଜିଲ୍ଲା ପକ୍ଷରୁ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର ପରିସରରେ “ ଆଡମିସନ ହେଲ୍ପ ଡେସ୍କ 2026” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ହେଲ୍ପ ଡେସ୍କ ମାଧ୍ୟମରେ ଯୁକ୍ତ୩ ନାମଲେଖା ସମ୍ବନ୍ଧୀୟ ବିଭିନ୍ନ ସୂଚନା, ସାମ୍ସ ପୋର୍ଟାଲରେ ଫର୍ମ ପୂରଣ, ବିଷୟ ଚୟନ, ଆବଶ୍ୟକ ଦଲିଲପତ୍ର ସମ୍ବନ୍ଧୀୟ ପରାମର୍ଶ ଓ ଅନ୍ୟାନ୍ୟ ଶିକ୍ଷାଗତ ସହାୟତା ପ୍ରଦାନ କରାଯାଇଥିଲା। ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଅଭିଭାବକ ଏହି ସହାୟତା କେନ୍ଦ୍ରର ଲାଭ ଉଠାଇଥିଲେ ଏବଂ ଏବିଭିପ ର ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। ପରିଷଦର କାର୍ଯ୍ୟକର୍ତ୍ତାମାନେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଓ ସହଯୋଗ ପ୍ରଦାନ କରିଥିଲେ। ଛାତ୍ର ହିତ ଓ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ଏବିଭିପ ସଦା କାର୍ଯ୍ୟ କରିଆସୁଛି ଏବଂ ଭବିଷ୍ୟତରେ ମଧ୍ୟ ଏପରି ଛାତ୍ର କଲ୍ୟାଣମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।ଏହି କାର୍ଯ୍ୟକ୍ରମରେ ବିଶେଷ ଭାବରେ ପୂର୍ବ କ୍ଷେତ୍ରର ଏସଏଫଏସ ସଂଯୋଜକ ଅଜିତ୍ କୁମାର ମହାନ୍ତ , ଜିଲ୍ଲା ସଂଗଠନ ମନ୍ତ୍ରୀ ଆଶୁତୋଷ ମହାରଣା, ରାଜ୍ୟ କାର୍ଯ୍ୟ ସମିତି ସଦସ୍ୟ ସମୀର କୁମାର ବାରିକ ,
ସୋମନାଥ ମହାନ୍ତ ,ଦେବ କୁମାର ବାରିକ୍,ଖୀତେଶ ବେହେରା , ଅମର ମାଝୀ , ଅମନ ବେହେରା ,ସ୍ପଦନ ଆଚର୍ଯ୍ୟ,ଜ୍ଞାନସ୍ୱର ମହାନ୍ତ,ଦେବିପ୍ରସାଦ ପାତ୍ର, ବିଭିନ୍ନ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA