
ଭୁବନ, 23 ଜୁନ୍ (ହି.ସ.)
କାଉନସିଲର ଙ୍କ ପିତୃ ବିୟୋଗ
ଭୁବନ ୨୩.୬- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ନମ୍ବର ୱାର୍ଡ କାଉନସିଲର ମନମୋହନ ସାହୁ ଙ୍କ ପିତା ଗଙ୍ଗାଧର ସାହୁ (୬୮) ଙ୍କ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ କଟକରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ପରିବାର ତରଫରୁ ଜଣାପଡିଛି। ଗଙ୍ଗା ସାହୁ ଙ୍କ ବିୟୋଗ ଖବର ପାଇ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିବା ବ୍ୟବସାୟୀ ଭାବେ ପରିଚିତ ସ୍ବର୍ଗତ ଗଙ୍ଗା ସାହୁ ଏକାଧାରରେ ଜଣେ ଧର୍ମ ପରାୟଣ,ପରୋପକାରୀ,ସ୍ନେହୀ, ଦୟାଳୁ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛ
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ