ରାସ୍ତାରେ ଜଳିଗଲା କାର
Odisha, 23 ଜୁନ୍ (ହି.ସ.) ଖୋର୍ଦ୍ଧା, ବେଗୁନିଆ ତାଳତୁମ୍ବ ରାସ୍ତାର ଚଟୁଆ ଛକ ନିକଟରେ ଜଳିଗଲା ଦାମୀ ଗାଡି ଏମଜି ଗ୍ଲୋସ୍ଟର କାର । ଅଳ୍ପକେ ବର୍ତିଲେ ଗାଡିରେ ଥିବା ୩ ଯାତ୍ରୀ । ବେଗୁନିଆ ପାର୍ଶ୍ୱରୁ ଏହି ଗାଡିଟି ତାଳତୁମ୍ବ ରାସ୍ତାରେ ଯାଉଥିବା ବେଳେ ହଠାତ କାର ଆଗରୁ ଧୂଆଁ ବାହାରିବାର ଦେଖିବାକୁ
Jaligala


Odisha, 23 ଜୁନ୍ (ହି.ସ.)

ଖୋର୍ଦ୍ଧା, ବେଗୁନିଆ ତାଳତୁମ୍ବ ରାସ୍ତାର ଚଟୁଆ ଛକ ନିକଟରେ ଜଳିଗଲା ଦାମୀ ଗାଡି ଏମଜି ଗ୍ଲୋସ୍ଟର କାର । ଅଳ୍ପକେ ବର୍ତିଲେ ଗାଡିରେ ଥିବା ୩ ଯାତ୍ରୀ । ବେଗୁନିଆ ପାର୍ଶ୍ୱରୁ ଏହି ଗାଡିଟି ତାଳତୁମ୍ବ ରାସ୍ତାରେ ଯାଉଥିବା ବେଳେ ହଠାତ କାର ଆଗରୁ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା।ପରେ ଡ୍ରାଇଭର ଗାଡ଼ିକୁ ରଖି ସମସ୍ତ ,୩ଜଣଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଖବର ପାଇ ବେଗୁନିଆ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା ତେବେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande