ସମ୍ବଲପୁରରେ ମହାନଦୀ ରିଭର ଭିୟୁ ପ୍ରକଳ୍ପର ଚୁଡାନ୍ତ ରୂପରେଖ
ସମ୍ବଲପୁରରେ ମହାନଦୀ ରିଭର ଭିୟୁ ପ୍ରକଳ୍ପର ଚୁଡାନ୍ତ ରୂପରେଖ
ସମ୍ବଲପୁରରେ ମହାନଦୀ ରିଭର ଭିୟୁ ପ୍ରକଳ୍ପର ଚୁଡାନ୍ତ ରୂପରେଖ


ସମ୍ବଲପୁରରେ ମହାନଦୀ ରିଭର ଭିୟୁ ପ୍ରକଳ୍ପର ଚୁଡାନ୍ତ ରୂପରେଖ


ସମ୍ବଲପୁରରେ ମହାନଦୀ ରିଭର ଭିୟୁ ପ୍ରକଳ୍ପର ଚୁଡାନ୍ତ ରୂପରେଖ


ସମ୍ବଲପୁରରେ ମହାନଦୀ ରିଭର ଭିୟୁ ପ୍ରକଳ୍ପର ଚୁଡାନ୍ତ ରୂପରେଖ


ସମ୍ବଲପୁର, ୨୩, ଜୁନ୍ (ହି.ସ.)

୧୬୦ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରରେ ନିର୍ମିତ ହେବାକୁ ଥିବା ରିଭର ଭ୍ଯୁ ଫ୍ରଣ୍ଟ ପ୍ରକଳ୍ପର ରୂପରେଖ ନିର୍ଦ୍ଧାରଣ ଆପାତତଃ ଚୂଡା଼ନ୍ତ ହୋଇଛି । ଆଧୁନିକତାର ପରଶ ସାଙ୍ଗକୁ ସମ୍ବଲପୁରୀ ସଂସ୍କୃତି ଓ ପରିଚୟ, ପରିବେଶ, ଆଧ୍ଯାତ୍ମ୍ଯ କୁ ପ୍ରାଧାନ୍ୟ ଦେଇ ଯୋଜନା ନିର୍ଦ୍ଧାରଣ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମହାନଦୀର ଉଭୟ ପାର୍ଶ୍ବରେ ଅର୍ଥାତ୍ ସମ୍ବଲପୁର ସହର ପଟେ ତଥା ଅପର ପାର୍ଶ୍ଵରେ ଚାଉଁରପୁର ଦିଗରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ପାରମ୍ପରିକ ସମ୍ବଲପୁରୀ ବାଦ୍ଯ, ପଞ୍ଚବାଦ୍ଯ ବ୍ଯତିରେକ ଅନ୍ଯ ପାରମ୍ପରିକ ଆଦିବାସୀ ବାଦ୍ଯ, ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର ର ଡିଜାଇନ୍ ଦ୍ବାରା ବିଭିନ୍ନ ଘାଟ ଅଞ୍ଚଳର ସୁନ୍ଦରତା ବୃଦ୍ଧି ପାଇବ । ଏହା ସହିତ ବୀର ସୁରେନ୍ଦ୍ର ସାଏ, ସ୍ବଭାବ କବି ଗଙ୍ଗାଧର ମେହେର ଏବଂ ସନ୍ଥ କବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି ରଖାଯାଇ ତିନି ମହାପୁରୁଷଙ୍କ ନାମରେ ସ୍ବତନ୍ତ୍ର ପ୍ଲାଜା ରହିବ । ପ୍ରବେଶ ଦ୍ବାର ସମ୍ମୁଖରେ ହୀରାଖଣ୍ଡ ପ୍ଲାଜା ଶୋଭା ପାଇବ । ସମଲେଶ୍ଵରୀ ମନ୍ଦିର ନିକଟରେ ଆଳତୀ ଘାଟ ପାଇଁ ସୁଦୃଶ୍ୟ ଗ୍ୟାଲେରୀ ରହିବ। ଏଠାରେ ପାଞ୍ଚ ଶହ ଲୋକ ବସି ପାରିବେ । ଏହାର ଅପର ପାର୍ଶ୍ଵରେ ଲାଇବ୍ରେରୀ ରହିବ । ଫୁଡ୍ ପ୍ଲାଜା, ଯୋଗ ଓ ପ୍ରାଣାୟାମ ପାଇଁ ସ୍ଥାନ, ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣ ପାଇଁ ସୁବିଧା ରହିବ । ପ୍ରଜାପତି ପ୍ଲାଜା ମଧ୍ୟ ରହିବ । ପାର୍କିଂ ପାଇଁ ପୃଥକ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ରହିବ । ୪୫୦ ଟି ଚାରିଚକିଆ ଓ ୩୫୦ ଟି ଦ୍ବିଚକ ଯାନ ରହିବାର ସୁବିଧା କରାଯିବ । ବୋଟିଂ ପାଇଁ ଘାଟ ଏବଂ ଭାସମାନ ଯେଟି ବା ପ୍ଲାଟଫର୍ମ ରହିବ । ପାର୍କ, ରଙ୍ଗୀନ ଜଳ ଫୁଆରା, ଡ୍ଯାନ୍ସିଂ ଆଲୋକ, ଶିଶୁଙ୍କ ପାଇଁ ସ୍ବତନ୍ତ୍ର ପାର୍କ ତଥା କ୍ରୀଡା଼ ଉପକରଣ, ବାଉଁଶ ସଜ୍ଜିତ କ୍ଷେତ୍ର ତଥା ସିମୂଳି ବୃକ୍ଷ କୁ ଆଧାର କରି ଏକ ପ୍ଲାଜା ଶୋଭା ପାଇବ।

ସମ୍ବଲପୁରରେ ଏହି ଯୋଜନାର ସମାନ୍ତରାଳରେ ବ୍ଯାରେଜ ନିର୍ମିତ ହେଉଥିବାରୁ ରିଭର ଭ୍ଯୁ ଫ୍ରଣ୍ଟ ସାମ୍ନା ଅଞ୍ଚଳ ସଦାବେଳେ ଜଳପୂର୍ଣ୍ଣ ହୋଇ ରହିବ । ମହାନଦୀ ଆଳତୀ, ବୋଟିଂ, ଶିଶୁଙ୍କ ଖେଳ ଓ ଅନ୍ୟାନ୍ୟ ଗତିବିଧି ଫଳରେ ବହୁ ଉପଯୋଗୀ ଆକର୍ଷଣୀୟ ରିଭର ଫ୍ରଣ୍ଟ, ମହାନଦୀ ଆଳତୀ ମୁଖରୀତ ହୋଇ ଉଠିବ ତଥା ସମ୍ବଲପୁର ରେ ପର୍ଯ୍ୟଟନ ର ବିକାଶରେ ଖୁବ୍ ସହାୟକ ହେବ। ସୂଚନା ଯୋଗ୍ୟ ଯେ, ୨୦୨୪ ନୂଆଖାଇ ବେଳେ ସହରକୁ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ମହାନଦୀ ତଟ ରେ ଏହି ପ୍ରକଳ୍ପ ପାଇଁ ପ୍ରଶାସନିକ ଏବଂ ଜକ ସମ୍ପଦ ଅଧିକାରୀ ମାନଙ୍କ ସହିତ ଅନୁଧ୍ୟାନ ଜରିଥିଲେ। ଏଠାରେ ମହାନଦୀ କୂଳରେ ସୁଦୀର୍ଘ ପଥର ପାଚେରୀ ସହିତ ସାତୋଟି ଟାୱାର ଥିଲା। ବର୍ତ୍ତମାନ ତିନୋଟି ଟାୱାର ରହିଛି। ସେହିଭଳି ନଦୀ କୂଳରେ ଅନେକ ମନ୍ଦିର ରହିଛି। ସନ୍ଧ୍ୟା ସମୟରେ ଘଣ୍ଟଘଣ୍ଟା ର ଧ୍ୱନୀ ବାରଣାସୀ ର ଭ୍ରମ ସୃଷ୍ଟି କରିଥାଏ। ଏଠାରେ ବିଭିନ୍ନ ସମୟରେ ରିଭର ଭିୟୁ ପ୍ରକଳ୍ପ ପରିକଳ୍ପନା କରାଯାଇଛି। ହେଲେ ଏଥର ଚୂଡାନ୍ତ ରୂପ ପାଇଁ ପଥ ପରିଷ୍କାର ହୋଇଛି। ରାଜ୍ୟ ସରକାର ଏଥିପାଇଁ ଗତ ବଜେଟ ରେ ଅର୍ଥ ପ୍ରବଧାନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande