କନ୍ଧମାଳ ଜିଲ୍ଲା ପାଙ୍ଗାଲି ଠାରେ ଡାକ ଭ୍ଯାନ୍ ଓ ବାଇକ ଧକ୍କା:ବାଇକ୍ ଚାଳକ ମୃତ
Bike Van Accident one dead in Bramhanigaon
କନ୍ଧମାଳ ଜିଲ୍ଲା ପାଙ୍ଗାଲି ଠାରେ ଡାକ ଭ୍ଯାନ୍ ଓ ବାଇକ ଧକ୍କା:ବାଇକ୍ ଚାଳକ ମୃତ


କନ୍ଧମାଳ , ୨୫ ଜୁନ୍ (ହି.ସ.) କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଡାକ ବିଭାଗର ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ପରିଚୟ ଖୋଜୁଥିବା ନେଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ସୁଚନା ଦେଇଛନ୍ତି ।

ଫୁଲବାଣୀରୁ ଡାକ ନେଇ ଏହି ଭ୍ୟାନ୍ (ଓଡି ୧୨ଏଫ୍- ୩୪୧୬ )ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଭିମୁଖେ ଯାଉଥିବା ବେଳେ ଜଣେ ବାଇକ ଆରୋହୀ ବାଇକ୍ (ଓଆର ୦୭ ଏଜେ-୬୮୩୭)ରେ ବ୍ରାହ୍ମଣୀଗାଁ ପଟରୁ ଦାରିଙ୍ଗବାଡି ଯାଉଥିଲେ । ଦାରିଙ୍ଗବାଡି ପହଞ୍ଚିବାକୁ ମାତ୍ର ଆଉ ୫ କିମି ରହିଥିବା ବେଳେ ପାଙ୍ଗାଲି ନିକଟରେ ବାଇକଟି ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ସହ କିଛି ଦୂର ବାଇକ ସହ ଚାଳକଙ୍କୁ ଘୋଷାଡ଼ି ନେଇଥିଲା ।

ଖବର ପାଇ ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତର ବାଇକ ଚାଳକଙ୍କୁ ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ବାଇକ ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ଦାରିଙ୍ଗବାଡି ଥାନା ପୋଲିସ୍ ଶବକୁ ବ୍ଯବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

----------------

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande